ଗୋଟିଏ ପଞ୍ଚାୟତର ୩ଟି ଗାଁକୁ ୫ ଘଣ୍ଟା ପାଇଁ ସଟ୍ଡାଉନ୍ କରି ଦେଲେ ସରପଞ୍ଚ
ଭଦ୍ରକ:-କରୋନା ସଂକ୍ରମଣ ରୋକିବା ପାଇଁ ସରପଞ୍ଚଙ୍କ ପଦକ୍ଷେପ। ୫ ଘଣ୍ଟା ପାଇଁ ଗୋଟିଏ ପଞ୍ଚାୟତର ୩ ଗାଁକୁ ସଟ୍ଡାଉନ୍ କରି ଦିଆଯାଇଛି। ପ୍ରବାସୀମାନେ ମଧ୍ୟ ଗାଁର ଅନ୍ୟ କ୍ବାରେଣ୍ଟାଇନ ସେଣ୍ଟରକୁ ଆସୁଛନ୍ତି। ସ୍ୱତନ୍ତ୍ର ଟ୍ରେନ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ଆସି କ୍ବାରେଣ୍ଟାଇନ ସେଣ୍ଟରରେ ରହିବେ। ତେବେ ଜଳଙ୍ଗା ପଞ୍ଚାୟତର ୫୩ ଜଣ ପ୍ରବାସୀ ସ୍ୱତନ୍ତ୍ର ବସ୍ ଯୋଗେ ଗାଁରେ ଥିବା କ୍ବାରେଣ୍ଟାଇନ ସେଣ୍ଟରକୁ ଆସୁଛନ୍ତି। ତେଣୁ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଲଟୁଆ ସରପଞ୍ଚ ସରୋଜ ଦାସ ପଞ୍ଚାୟତର ଜଳଙ୍ଗା, ଗେଲଟୁଆ ଓ କୁଆପଦା ଗାଁକୁ ସଟଡାଉନ୍ କରି ଦେଇଛନ୍ତି।
ଏ ନେଇ ମାଇକ ଦ୍ୱାରା ପ୍ରଚାର କରାଯାଇଛି । ଏହି ତିନି ଗାଁର ଦୋକାନ ବଜାର ବନ୍ଦ ରହିବା ପାଇଁ ଅନୁରୋଧ କରିଛନ୍ତି ସରପଞ୍ଚ। ଅନ୍ୟ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ ଆସୁଥିବାରୁ ପ୍ରବାସୀ ମଧ୍ୟ ଆସିବେ । ଯଦି ଅଧିକ ପ୍ରବାସୀ ଗାଁର କ୍ଵାରେଣ୍ଟାଇନ କେନ୍ଦ୍ରକୁ ଆସନ୍ତି ତେବେ ପୁଣି ସଟଡାଉନ୍ର ସମୟ ସୀମାକୁ ବଢ଼ାଇ ଦିଆଯାଇପାରେ ବୋଲି ସରପଞ୍ଚ କହିଛନ୍ତି।










