ରେକର୍ଡ ଭାଙ୍ଗିଲା ତାତି:୧୯ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର:-ରାଜ୍ୟରେ ସମ୍ଭାଳ ତାତି ଅନୁଭୂତ ହୋଇଛି। ଆକାଶରୁ ନିଆଁ ବର୍ଷୁଛି। ଚଳିତବର୍ଷ ଦିନର ସର୍ବୋଚ୍ଚ ତାପମାତ୍ରା ଆଜି ରେକର୍ଡ ସ୍ଥରରେ ପହଞ୍ଚିଛି। ରାଜ୍ୟର ୬ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୧୯ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୪.୫ ଡିଗ୍ରୀ ସହ ସୋନପୁର ରାଜ୍ୟ ଉତ୍ତପ୍ତ ସହର ପାଲଟିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୯.୧ ଡିଗ୍ରୀ, ଚାନ୍ଦବାଲିରେ ୩୮.୦ ଡିଗ୍ରୀ, କଟକରେ ୩୭.୦ ଡିଗ୍ରୀ, ପାରାଦୀପରେ ୩୩.୧ ଡିଗ୍ରୀ, ଭୁବନେଶ୍ୱରରେ ୩୭.୧ ଡିଗ୍ରୀ, ଗୋପାଳପୁରରେ ୩୦.୧ ଡିଗ୍ରୀ, ପୁରୀରେ ୩୨.୦ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ବାରିପଦାରେ ୪୦.୪ ଡିଗ୍ରୀ, ଝାରସୁଗୁଡ଼ାରେ ତାପମାତ୍ରା ୪୩.୦ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି କେନ୍ଦୁଝରରେ ୪୦.୬ ଡିଗ୍ରୀ, ସମ୍ୱଲପୁରରେ ୪୨.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩.୦ ଡିଗ୍ରୀ, ହୀରାକୁଦରେ ୪୧.୦ ଡିଗ୍ରୀ, ଭବାନୀପାଟଣାରେ ୪୧.୫ ଡିଗ୍ରୀ, ବଲାଙ୍ଗିରରେ ୪୪.୦ ଡିଗ୍ରୀ, ଫୁଲବାଣୀରେ ୩୯.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୦ ଡିଗ୍ରୀ, ତାଳଚେରରେ ୪୧.୪ ଡିଗ୍ରୀ, ଛତ୍ରପୁରରେ ୩୨.୦ ଡିଗ୍ରୀ, ଭଦ୍ରକରେ ୪୦.୫ ଡିଗ୍ରୀ, ଯାଜପୁରରେ ୩୯.୦ ଡିଗ୍ରୀ, ଢେଙ୍କାନାଳରେ ୩୯.୦ ଡିଗ୍ରୀ, ଦେବଗଡ଼ରେ ୩୯.୫ ଡିଗ୍ରୀ, ବରଗଡ଼ରେ ୪୦.୬ ଡିଗ୍ରୀ, ନୂଆପଡ଼ାରେ ୪୧.୫ ଡିଗ୍ରୀ, ନବରଙ୍ଗପୁରରେ ୩୮.୦ ଡିଗ୍ରୀ, ଖୋର୍ଦ୍ଧାରେ ୩୮.୦ ଡିଗ୍ରୀ, ଜଗତସିଂହପୁରରେ ୩୫.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୮.୪ ଡିଗ୍ରୀ, ସୋନପୁରରେ ୪୪.୫ ଡିଗ୍ରୀ, ବୌଦ୍ଧରେ ୪୩.୦ ଡିଗ୍ରୀ, ନୟାଗଡ଼ରେ ୪୦.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୬.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୮ ଡିଗ୍ରୀ ଓ ମାଲକାନଗିରିର ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *