ଶାହାରୁଖ୍‌ ଖାନ୍‌ଙ୍କ ପୁଅଙ୍କ ମାମଲାରେ ୨ ଅଫିସର ନିଲମ୍ବିତ

ମୁମ୍ବାଇ: ବହୁଚର୍ଚ୍ଚିତ ଆର୍ଯ୍ୟନ୍‌ ଖାନ ଡ୍ରଗସ୍‌ ମାମଲାରେ ଏନସିବି ପକ୍ଷରୁ ଦୁଇ ଜଣ ତଦନ୍ତକାରୀ ଅଫିସରଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହଳା ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ନିଲମ୍ବିତ ଅଧିକାରୀ ହେଲେ  ବିଶ୍ଵ ବିଜୟ ସିଂହ ଏବଂ ଆଶିଷ ରଞ୍ଜନ ପ୍ରସାଦ।  ଏହି ମାମଲାରେ ମୁଖ୍ୟ ତଦନ୍ତ ଅଧିକାରୀ ବିଶ୍ଵ ବିଜୟ ଏବଂ ଗୁଇନ୍ଦା ଅଧିକାରୀ ପ୍ରସାଦଙ୍କ ଭୂମିକା ସନ୍ଦେହ ଘେରରେ ଥିଲା। ଉଭୟଙ୍କ ମଧ୍ୟରେ ଜଣେ ମୁମ୍ବାଇ କ୍ରୁଜରୁ ଜବତ ଡ୍ରଗ୍‌ସ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଗତ ଅକ୍ଟୋବର ୩ ତାରିଖରରେ ମୁମ୍ବାଇ ଉପକୂଳରେ ଏକ କ୍ରୁଜରେ ବେଆଇନ ଡ୍ରଗସ୍‌ ଉପରେ ଚଢ଼ାଉ କରି ଏନସବି ଆର୍ଯ୍ୟନ୍‌ ଖାନଙ୍କୁ ଗିରଫ କରଥିଲା। ତାଙ୍କ ଉପରେ ଡ୍ରଗ୍ସ ରଖିବା ଏବଂ ବିକ୍ରି କରିବା ମାମଲା ରୁଜୁ ହୋଇ ଥିଲା । ଏହାପରେ କୋର୍ଟ ଆର୍ଯ୍ୟନଙ୍କୁ ମୁମ୍ବାଇ ଆର୍ଥର ରୋଡ୍‌ ଜେଲ୍‌କୁ ପଠାଇ ଦେଇଥିଲେ। ଜେଲ ଭିତରେ ୨୬ ଦିନ ବିତାଇଥିଲେ ଆର୍ଯ୍ୟନ୍‌।ଏହାପରେ ବମ୍ବେ ହାଇକୋର୍ଟ କିଛି ସର୍ତ୍ତ ଆଧାରରେ ତାଙ୍କ ଜାମିନ ମଞ୍ଜୁର କରିଥିଲେ।  କେବଳ ଆର୍ଯ୍ୟନ ନୁହଁ ତାଙ୍କ ସହ ଅନ୍ୟ ୧୯ ଜଣଙ୍କୁ ବିରୋଧରେ ବେଆଇନ ନିଶା କାରବାର ନେଇ ମାମଲା ରୁଜୁ କରାଯାଇଛି।

Leave a Reply

Your email address will not be published. Required fields are marked *