ପଶୁପକ୍ଷୀଙ୍କ ପ୍ରେମରେ ଶୁଭ୍ରାଂଶୁ । ଘର ଘର ବୁଲି ବାଣ୍ଟୁଛନ୍ତି ମାଟି ପାତ୍ର

ଢେଙ୍କାନାଳ:-ପ୍ରକୃତି ଏବଂ ପରିବେଶକୁ ସୁରକ୍ଷା ଦେବା ମଣିଷ କର୍ତ୍ତବ୍ୟ । ହେଲେ ସେଥିପାଇଁ କେହି ଏତେଟା ଯôତବାନ ନଥାନ୍ତି । ହେଲେ ଆମେ ଆଜି ଆପଣଙ୍କୁ ଏପରି ଏକ ପଶୁପକ୍ଷୀ ପ୍ରେମୀଙ୍କୁ ବିଷୟରେ କହିବୁ ଯିଏ ପଶୁପକ୍ଷୀଙ୍କ ପାଇଁ ସବୁକିଛି ତ୍ୟାଗ କରିଦେଇଛନ୍ତି । ଗୀଷ୍ମ ଋତୁରେ ଯେପରି ପଶୁପକ୍ଷୀ ପାଣି ଅଭାବରୁ ମୃତ୍ୟୁ ମୁଖରେ ନ ପଡିବେ ସେଥିପାଇଁ କାର୍ଯ୍ୟ କରି ରେକର୍ଡ କରିଛନ୍ତି ଢେଙ୍କାନାଳର ଯୁବକ ଶୁଭ୍ରାଂଶୁ ଶତପଥୀ ।

ନିଆରା ପଶୁପକ୍ଷୀ ପ୍ରେମୀ ଢେଙ୍କାନାଳର ଶୁଭ୍ରାଂଶୁ ଶତପଥୀ । ଖରାରେ ପାଣି ଅଭାବରୁ ଯେପରି କୌଣସି ପକ୍ଷୀର ଜୀବନ ନଯାଏ ସେଦିଗରେ କାର୍ଯ୍ୟ କରୁଛନ୍ତି ଶୁଭ୍ରାଂଶୁ । ପକ୍ଷୀଙ୍କ ପାଇଁ ପାଣି ରଖିବାକୁ ଶୁଭ୍ରାଂଶୁ ଘରେ ଘରେ ବୁଲି ମାଟି ପାତ୍ର ବାଣ୍ଟୁଥିବା ବେଳେ ଜଙ୍ଗଲରେ ଗଛ ଉପରେ ପାଣି ଭର୍ତ୍ତିର୍ ପାତ୍ର ରଖୁଛନ୍ତି । ଏବେ ସୁଦ୍ଧା ସେ ୨୦ ହଜାର ମାଟି ପାତ୍ରରେ ପାଣିର ବ୍ୟବସ୍ଥା କରିଥିବା ବେଳେ ଆଗକୁ ୫୦ ହଜାର ମାଟି ପାତ୍ର ବାଣ୍ଟିବାର ଲକ୍ଷ୍ୟ ରଖିଛନ୍ତିି । ଜଙ୍ଗଲ ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରିଆସୁଛନ୍ତି ଶୁଭ୍ରାଂଶୁ ।

ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲି ଶିକ୍ଷାନୁଷ୍ଠାନ, ଏନଜିଓ ଦ୍ୱାରା ପରିବେଶ ସୁରକ୍ଷା ଏବଂ ପଶୁପକ୍ଷୀମାନଙ୍କ ଲାଗି ପାନୀୟ ଜଳ ବ୍ୟବସ୍ଥା ଉପରେ ସଚେତନତା ସୃଷ୍ଟି କରିଛନ୍ତି ଶୁଭ୍ରାଂଶୁ । ଏ ସମ୍ପକିତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ କରିଛନ୍ତି । ଯାହା ୟୁକେର ଓାଇଲ୍ଡ ଲାଇଫ ଫିଲ୍ମ ଆସୋସିଏସନ ପକ୍ଷରୁ ପୁରସ୍କୃତ ହୋଇଛି । ତାଙ୍କର ଏହି ଭଳି ମହତ କାର୍ଯ୍ୟକୁ ୨୦୧୯ରେ ଜାତିସଂଘ ବିଶ୍ୱ ପରିବେଶ ଦିବସରେ ପୁରସ୍କୃତ ମଧ୍ୟ କରାଯାଇଥିଲା । ତେବେ ମୁମ୍ବାଇରେ ଭିଡିଓଗ୍ରାଫିରେ ମାଷ୍ଟରଡିଗ୍ରୀ ହାସଲ କରିବା ପରେ ଉଚ୍ଚ ବେତନର ଚାକିରି ଛାଡି ପରିବେଶ ସୁରକ୍ଷାରେ ଲାଗିପଡିଛନ୍ତି ଶୁଭ୍ରାଂଶୁ ।

Leave a Reply

Your email address will not be published. Required fields are marked *