ଯୁଦ୍ଧରେ ପ୍ରାଣ ହରାଇଲେ ୟୁକ୍ରେନ ଅଭିନେତା

ୟୁକ୍ରେନ :-ଋଷ- ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର କୌଣସି ସୂଚନା ନାହିଁ । ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ନିଜ ନିଜ ଜିଦିରେ ଅଟଳ । ହେଲେ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ସ୍ୱାର୍ଥ ଭିତରେ ବଳି ପଡୁଛନ୍ତି ଦେଶର ନାଗରିକ । ୧୫ଲକ୍ଷରୁ ଅଧିକ ଲୋକ ସବୁକିଛି ହରାଇ ଅନ୍ୟ ଦେଶକୁ ପଳାୟନ କରୁଥିବାବେଳେ କିଛି ଲୋକ କିନ୍ତୁ ବ୍ୟକ୍ତିଗତ ସମସ୍ୟା ନେଇ ୟୁକ୍ରେନ ଛାଡିପାରୁନାହାଁନ୍ତି । ଆଉ ସେଥିରୁ ଅନେକ ପ୍ରାଣ ହରାଉଛନ୍ତି ।ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୟୁକ୍ରେନର ଅଭିନେତା ପାଷ୍ପା ଲି । ରବିବାର ଓଡେଶା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିିଭାଲ ପରିସରରେ ପାଷ୍ପାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ମୁତାବକ, ଯୁଦ୍ଧ ଆରମ୍ଭ ପରଠାରୁ ପାଷ୍ପା ନିଜ ଅଭିନୟ ଛାଡି ଦେଶର ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିôତଲେ । ୟୁକ୍ରେନ ସେନାରେ ଅସ୍ଥାୟୀ ସୈନ୍ୟ ଭାବେ ଯୋଗ ଦେଇଥିଲେ । ୩୩ ବର୍ଷିୟ ପାଷ୍ପା ଯୁଦ୍ଧ କ୍ଷେତ୍ରରେ ନିଜ ଦେଶକୁ ସୁରକ୍ଷା ଦେଉଦେଉ ଟଳିପଡିଛନ୍ତି । ଇରପିନ୍ ଇଲାକାରେ ଫ୍ରଣ୍ଟଲାଇନରେ ଛିଡା ହୋଇ ସେନାର ନିର୍ଦ୍ଦେଶ ପାଳନ କରୁଥିଲେ । ଏହି ସମୟରେ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଟଳିପଡିଥିଲେ ପାଷ୍ପା ।

Leave a Reply

Your email address will not be published. Required fields are marked *