ଖଣ୍ଡଗିରିର ପ୍ରଫୁଲ ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ: ରାତିରେ କୃଷ୍ଣ ବେଶରେ ସଜେଇ ହୋଇ ମହିଳାଙ୍କୁ ନିର୍ଯାତନା

ଭୁବନେଶ୍ୱର:-ଖଣ୍ଡଗିରି ସ୍ଥିତ ଜଣେ ବାବାଙ୍କ ନାଁରେ ଆସିଛି ବଳାକ୍ରାର ଅଭିଯୋଗ । ଏହି ବାବାଙ୍କ ନା ହେଉଛି ପ୍ରଫୁଲ କୁମାର ଦାସ । ସେ ତାଙ୍କ ଆଶ୍ରମରେ ବଳାକ୍ରାର କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । ଏହି ବାବା ଜଣଙ୍କ ରାତିରେ କୃଷ୍ଣ ବେଶରେ ସଜେଇ ହୋଇ କଦମ୍ବ ଗଛ ମୂଳରେ ମୃଗ ଛାଲ ପିନ୍ଧି ବସନ୍ତି ବୋଲି ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା ।ଏହି ସମୟରେ ବାବା ଜଣଙ୍କ ମହିଳାଙ୍କୁ ନବବୋଧୂ ବେଶରେ ସାଜିବାକୁ ଚାପ ପକାନ୍ତି ବୋଲି ପୀଡିତା କହିଛନ୍ତି । କେବଳ ମହିଳା ନୁହେଁ ଶିଶୁଙ୍କୁ ମଧ୍ୟ ନିର୍ଯାତନା ଦେଉଥିବାର ମଧ୍ୟ ଅଭିଯୋଗ ରହିଛି । ତେବେ ବାବାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ତାଙ୍କ ସମର୍ଥକମାନେ ଖଣ୍ଡନ କରିଛନ୍ତି । ଏପରି ଅଭିଯୋଗର କୌଣସି ଆଧାର ନାହିଁ । ବରଂ ବାବାଙ୍କ ଆଶ୍ରମ ଆସି ଅନେକ ରୋଗୀ ଭଲ ହୋଇ ଉପକୃତ ହୋଇଥିବା ପ୍ରଫୁଲଙ୍କ ସମର୍ଥକ କହିଛନ୍ତି ।

Leave a Reply

Your email address will not be published. Required fields are marked *