ୟୁକ୍ରେନ୍‌ ସଙ୍କଟ ପାଇଁ ଆମେରିକାକୁ ଦାୟୀ କଲା ଉତ୍ତରକୋରିଆ

ନୂଆଦିଲ୍ଲୀ: ୟୁକ୍ରେନ୍‌ ସଙ୍କଟ ପାଇଁ ଆମେରିକାକୁ ଦାୟୀ କରିଛି ଉତ୍ତରକୋରିଅ। ଆମେରିକାର ଖଳପ୍ରକୃତି ପାଇଁ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ସୂତ୍ରପାତ ବୋଲି ଉତ୍ତରକୋରିଆ କହିଛି। ରୁଷର ଆକ୍ରମଣକୁ ଉତ୍ତରକୋରିଆ ସିଧାସଳଖ ସମର୍ଥନ ନ କରି ପରୋକ୍ଷରେ ସମର୍ଥନ କରିଛି। ଚଳିତ ସପ୍ତାହରେ ରୁଷ ୟୁକ୍ରେନ୍‌ ଉପରେ ସାମରିକ ଅଭିଯାନ ଆରମ୍ଭ କରିଥିଲା। ଏବେ ବି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧକୁ ବିରୋଧ କରି ପଶ୍ଚିମ ଦେଶମାନେ ରୁଷ ବିରୋଧରେ କଟକଣା ଜାରି କରିଥିଲେ ମଧ୍ୟ ରାଷ୍ଟପତି ଭ୍ଲାଦିମିର୍‌ ପୁଟିଙ୍କ ଉପରେ କୌଣସି ପ୍ରଭାବ ପଡ଼ିନି।

ସେହିପରି ଯୁଦ୍ଧକୁ ବିରୋଧ କରି ବିଭିନ୍ନ ଦେଶ ନିନ୍ଦା କରୁଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛି ଉତ୍ତର କୋରିଆ। ଯୁଦ୍ଧ ସଂକ୍ରାନ୍ତରେ ଉତ୍ତରକୋରିଆର ବୈଦେଶିକ ମନ୍ତ୍ରଣାଳୟ ୱେବସାଇଟ୍‌ରେ ତଥ୍ୟ ଅପଡେଟ୍ କରାଯାଇଛି। ସେଥିରେ ଉଭୟ ଦେଶର ଯୁଦ୍ଧ ବିପର୍ଯ୍ୟୟ  ପାଇଁ ଉତ୍ତରକୋରିଆ  ଅମେରିକାକୁ ଦାୟୀ କରିଛି।  ରୁଷର ସୁରକ୍ଷା ପ୍ରସଙ୍ଗରେ ୱାସିଂଟନ୍ ପରୋକ୍ଷରେ ମୁଣ୍ଡଖେଳେଇବା ଏବଂ ୟୁକ୍ରେନକୁ ଢ଼ାଲ କରି ମନ୍ଦ ଖେଳ ରଚୁଥିଲା ବୋଲି ଉତ୍ତରକୋରିଆ କହିଛି। ଆମେରିକାର ନିଜ ବଡ଼ପଣ ନେଇ ଆଧିପତ୍ୟ ଜାହରି କରିବାର ମାନସିକତା ଏବଂ ଅଯଥା ହସ୍ତକ୍ଷେପ ଯୁଦ୍ଧ ପରିସ୍ଥତି ଉପୁଜିଲା ବୋଲି ଉତ୍ତରକୋରିଆ କହିଛି।

ସେପଟେ ରୁଷ ସେନା ଧୀରେ ଧୀରେ ୟୁକ୍ରେନ୍‌ର ରାଜଧାନୀ କିଭ୍ ଅଭିମୁଖେ ବଢୁଛି। କିଭ୍ ଠାରୁ ଆଉ ମାତ୍ର ୪ କି.ମି ଦୂରରେ ଏବେ ରୁଷ ସେନା ଅଛି। ଏହାରିଭିତରେ ରୁଷ ସେନା ୟୁକ୍ରେନ୍‌ର ଦ୍ଵିତୀୟ ବଡ଼ ସହର ଖାରକିଭ୍‌ରେ ଏକ ଗ୍ୟାସ୍ ପାଇପଲାଇନ୍ ଉଡାଇ ଦେଇଛି। ଋଷର ଗୋଳା ବାରୁଦ ବର୍ଷାରେ ୟୁକ୍ରେନ୍ ସମ୍ପୂର୍ଣ୍ଣ ଅଣନିଃଶ୍ଵାସୀ ହୋଇପଡିଛି। ଏହାଦ୍ଵାରା ବହୁ ସାଧାରଣ ନାଗରିକଙ୍କ ଜୀବନ ଯାଉଛି। କିଭ୍ ଉପରେ କବ୍‌ଜା କରିବା ପାଇଁ ରୁଷ ସୈନିକ ଚତୁର୍ଦ୍ଦିଗରୁ ଆକ୍ରମଣ କରୁଛନ୍ତି।

Leave a Reply

Your email address will not be published. Required fields are marked *