ଆମ ଉପରେ ହୋଇପାରେ ପରମାଣୁ ଆକ୍ରମଣ: ସତର୍କ କରାଇଲେ ପୁଟିନ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ଛାରଖାର କରିଦେଇଥିବା ରୁଷ ନିଜ ଦେଶ ପ୍ରତି ଏକ ମହାବିପତ୍ତିର ଆଶଙ୍କା କରିଛି। କେତେବଳେ ବି ରୁଷ ଉପରେ ହୋଇପାରେ ପରମାଣୁ ହମଲା। ଏଥିପାଇଁ ନିଜ ଦେଶର ପରମାଣୁ ବାହିନୀକୁ ସତର୍କ ରହିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ସତର୍କ କରାଇଛନ୍ତି। ୟୁକ୍ରେନ୍‌ ପ୍ରତି ପଶ୍ଚିମ ଦେଶମାନେ ସହାୟତା କରିବାକୁ ଆଗେଇ ଆସିବାରୁ ରୁଷ ନିଜ ପ୍ରତି ବିପଦ ଅଶଙ୍କା କରିଛି। କାଳେ ପରମାଣୁ ଆକ୍ରମଣ ହୋଇପାରେ ସେଇ ଆଶଙ୍କାରେ ରୁଷ ଅଧିକ ସତର୍କ ହୋଇଛି।

ଏଥିପାଇଁ ପରମାଣୁ ନିସ୍କ୍ରିୟ ବଳକୁ ଆଲର୍ଟ ରହିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲର୍ଟ କରିଛନ୍ତି।  ୟୁକ୍ରେନ୍‌ ସହ ଯୁଦ୍ଧ ପରିସ୍ଥିତି ଗମ୍ଭୀର ହେଉଥିବା ବେଳେ ପଶ୍ଚିମ ଦେଶର ଆକ୍ରମଣ ନେଇ ଆଶଙ୍କା କରିଛନ୍ତି ପୁଟିନ୍।  ଅନ୍ୟପଟେ ଶାନ୍ତି ଆଲୋଚନାକୁ ନେଇ ପ୍ରଥମେ ନା ପରେ ହଁ ଭରିଛି ୟୁକ୍ରେନ୍‌। ବେଲାରୁଷରେ ଶାନ୍ତି ଆଲୋଚନା ପ୍ରସ୍ତାସ୍ତବକୁ ପ୍ରତ୍ୟାଖ୍ୟାନ ପରେ ରାଜି ହୋଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି। ଯୁଦ୍ଧର ଚତୁର୍ଥ ଦିନରେ ଶାନ୍ତି ଆଲୋଚନା ପାଇଁ ମସ୍କୋ ପ୍ରସ୍ତାବ ଦେଇଥିଲା। ଏଥିପାଇଁ ବେଲାରୁଷରେ ଉଭୟ ପକ୍ଷ ଆଲୋଚନା ପାଇଁ  ସ୍ଥିର କରିଥିଲା। ହେଲେ ସେଠାରେ ରହି ରୁଷ ସେନା ୟୁକ୍ରୟେନ ବିପକ୍ଷରେ ଯୁଦ୍ଧ ଅଭିଯାନ ଚଳାଇଥିବାରୁ ପ୍ରସ୍ତାବରେ ରାଜି ହୋଇ ନଥିଲେ ୟୁକ୍ରେନ୍ ରାଷ୍ଟ୍ରପତି। ହେଲେ ପରିସ୍ଥତି  ଉଗ୍ର ହେଉଥିବାରୁ ଆଲୋଚନା ପାଇଁ ହଁ ଭରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି।

ରୁଷର ନିଆଁ ବର୍ଷା ଆକ୍ରମଣରେ ଧ୍ୱସ୍ତବିଧ୍ୱସ୍ତ ହୋଇଛି ୟୁକ୍ରେନ୍‌। ରକେଟ, ମିସାଇଲ ଓ ଶକ୍ତିଶାଳୀ ବୋମାମାଡ଼ରେ ୟୁକ୍ରେନ୍‌ ଛାରଖାର ହୋଇଛି। ଗତ ୧୦୦ ଘଣ୍ଟା ମଧ୍ୟରେ ରୁଷ ୟୁକ୍ରେନ୍‌ର ଅନେକ କିଛି ନଷ୍ଠ କରିଦେଇଛି। ୟୁକ୍ରେନ୍‌ର ବଡ଼ ବଡ଼ ତୈଳ ଡିପୋ, ପୋଲ ଏବଂ ଅନେକ ସାମରିକ ଘାଟିକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି।  ଅନ୍ୟପଟେ ରୁଷ ବିପକ୍ଷରେ ଏକାଠି ହେବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଅନୁରୋଧ କରି ସହାୟତା ଲୋଡ଼ିଛନ୍ତି। ରୁଷ ବିରୋଧରେ ଏକାଠି ଲଢ଼ିବାକୁ ସେ ନିବେଦନ କରିଛନ୍ତି।  ଆକ୍ରମଣକାରୀ ରୁଷ ବିପକ୍ଷରେ ଏକ ଅନ୍ତର୍ଜାତୀୟ ବ୍ରିଗେଡ୍ ଗଠନ କରି ମିଳିତ ପ୍ରତିରୋଧ କରିବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର  ଜେଲେନେସ୍କି ଆହ୍ୱାନ କରିଛନ୍ତି। ୟୁକ୍ରେନ୍‌ରେ ରୁଷ ନରସଂହାର କରୁଛି । ତାକୁ ମିଳିତ ଭାବେ ଅଟକେଇବା ଦରକାର ବୋଲି ଜେଲେନେସ୍କି କହିଛନ୍ତି।

Leave a Reply

Your email address will not be published. Required fields are marked *