ସୌତାନ ସାଜିଲା ପୁଅ, ମା’କୁ ହତ୍ୟା କରି ପୋଡିଦେଲା

ଭୁବନେଶ୍ୱର,(ରିପୋର୍ଟ-ସୁଶାନ୍ତ ପାତ୍ର):-ରାଜଧାନୀର ବଡ଼ଗଡ଼ ଥାନା କଳିଙ୍ଗବସ୍ତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଜନ୍ମକଲା ମାଆକୁ ପିଟିପିଟି ହତ୍ୟା କରିବା ପରେ ପୋଡି ଦେଲା ଜହ୍ଲାଦ ପୁଅ । ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ଫରେନ୍‌ସିକ୍ ଟିମ୍ ପାଇଁ ପୁଲିସ ଉକ୍ତ ଘରକୁ ସିଜ୍ କିରିଛି । ଆସନ୍ତାକାଲି ଫରେନ୍‌ସିକ୍ ଟିମ୍ ଉକ୍ତ ଘରକୁ ଯାଇଛି ନମୁନା ସଂଗ୍ରହ କରିବ ବୋଲି ପୁଲିସ କହିଛି । ଏହାସହ ହତ୍ୟା କରିଥିବା ପୁଅ ପ୍ରଶାନ୍ତ ଜେନାକୁ ପୁଲିସ କାବୁ କରି ଥାନାରେ ଅଟକ ରଖିଛି । କାହିକି ସେ ହତ୍ୟା କଲା ସେନେଇ ପଚରାଉଚରା କରୁଛି ।
ସୂଚନାଯୋଗ୍ୟ ଯେ,ବଡଗଡ ଥାନା କଳିଙ୍ଗ ବସ୍ତିରେ ମା’ ରଶ୍ମିତା ଜେନା(୫୩) ପରିବାର ସହ ରହୁଥିଲେ । ତାଙ୍କ ସ୍ୱାମୀ ଗାଡ଼ି ଡ୍ରାଇଭିଂ କାମ କରୁଥିବା ବେଳେ ବଡ଼ ପୁଅ ପ୍ରଶାନ୍ତ ଜେନା ଓରଫ କାଳିଆ ମଧ୍ୟ ଡ୍ରାଇଭର କାମ କରୁଥିଲେ । ପ୍ରଶାନ୍ତଙ୍କର ୨ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି । ପ୍ରଶାନ୍ତ ବିବାହ କରିନଥିବାରୁ ସେ ଅନେକ ସମୟରେ ଘର ବାହାରେ ରହୁଥିଲେ । ଯେ ଯେଉଁ ସମୟରେ ଘରକୁ ଆସିଥିଲେ ମଦ ପିଇବା ପାଇଁ ଟଙ୍କା ମାଗିବା ସହ ପରିବାର ସହ ଝଗଡ଼ା କରୁଥିଲେ । ଅନେକ ସମୟରେ ପରିବାର ଭିତରେ କଳହ ସୃଷ୍ଟି କରିଥିଲା ପ୍ରଶାନ୍ତ । ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ମା’ ରଶ୍ମୀତାଙ୍କୁ ଖାଇବା ପାଇଁ ପ୍ରଶାନ୍ତ ଟଙ୍କା ମାଗିଥିଲେ । ମାଆ ଟଙ୍କା ନ ଦେବାରୁ ଧକା ମଧ୍ୟ ମାରିବାକୁ ନେଇ ଘରେ ଝଗଡା ହୋଇଥିଲା । ପ୍ରଶାନ୍ତ ରାଗି ଯାଇ ଘରେ ଥିବା ଏକ ପୁରୁଣା ରେଡ଼ିଓରେ ମାଆକୁ ପିଟି ଦେଇଥିଲା । ଫଳରେ ରଶ୍ମିତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସେ ତଳେ ପଡି ଅଚେତ ହୋଇଯାଇଥିଲେ । ମାଆ ମରିବା ପରେ ଭୟଭିତ ହୋଇପଡିଥିଲା ଅଭିଯୁକ୍ତ ପ୍ରଶାନ୍ତ । ପରେ ଘରେ ଥିବା ଲୁଗାପଟା ଏବଂ ଝୋଡ଼ ଅଖାକୁ ପକାଇ କିରୋସିିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ । ରଶ୍ମିତାଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଘରୁ ଧୂଆ ବାହାରିବାରୁ ପଡୋଶୀ ଦେଖି ବଡଗଡ ଥାନାକୁ ଫୋନ କରିଥିଲେ । ଖବର ପାଇ ବଡଗଡ ପୁଲିସ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ପରେ ଥାନାକୁ ନେଇଥିଲେ । ଏପରିକି କିଛି ମାସ ହେବ ରଶ୍ମୀତାଙ୍କ ପକ୍ଷାଘାତ ରୋଗ ହୋଇଥିଲା । ହେଲେ ସେ ଚିକିତ୍ସା ହୋଇ କିଛିଦିନ ହେବ ଭଲ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *