ଫିଲ୍ମ ‘ପୁଷ୍ପା’ର ଗୀତ ‘Oo Antava’ ପାଇଁ ସାମନ୍ଥା ନେଇଛନ୍ତି ଏତିକି କୋଟି ଟଙ୍କା,

ନୂଆଦିଲ୍ଲୀ:- ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହିଟ୍ ଫିଲ୍ମ ‘ପୁଷ୍ପା’ପିଲ୍ମ ବକ୍ସ ଅଫିସ୍‌ରେ ଧମାଲ୍‌ କରିଛି । ଛୋଟରୁ ବଡ ଯାଏଁ ସମସ୍ତେ ଏହି ଫିଲ୍ମର ଡାଇଲଗକୁକୁ ମୁହଁରେ ରଖିଛନ୍ତି । ତେବେ ଏହି ଫିଲ୍ମର ଗୀତ ଗୁଡିକୁ ମଧ୍ୟ ସେତେ ଚର୍ଚ୍ଚାକୁ ଆସିଛି। ଏହି ଫିଲ୍ମରେ ରହିଥିବା ଗୀତ ‘ଓ ଅନ୍ତାୱା’ ରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ତାଙ୍କ ଲୁକ୍‌ ଦେଖି ସମସ୍ତଙ୍କର ଉଡି ଯାଇଛି ହୋସ୍‌। ତେବେ ପ୍ରଥମ ଥର ପାଇଁ ଆଇଟମ୍‌ ଡ୍ୟାନ୍ସରେ ସାମନ୍ଥାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ୍ ମଚାଇଥିବା ବେଳେ ଦର୍ଶକ ଓ କ୍ରିଟିକ୍ସଙ୍କଠାରୁ ଭଲ ରେସପନ୍ସ ମିଳିଛି । ତେବେ ୩ ମିନିଟର ଆଇଟମ୍ ଗୀତ ପାଇଁ ସାମନ୍ଥା କେତେ ଟଙ୍କା ନେଇଛନ୍ତି ତାହା ଆପଣ ଜାଣିଛନ୍ତି କି? ତାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସାମନ୍ଥା ଉକ୍ତ ଗୀତରେ ଅଭିନୟ ପାଇଁ ପ୍ରଥମରୁ ଅନିଚ୍ଛୁକ ଥିଲେ, ମାତ୍ର ପରେ ହଁ କରିଥିଲେ ।

କିନ୍ତୁ ସାମନ୍ଥାଙ୍କ ଏହି ୩ ମିନିଟିର ଭିଡିଓ ପାଇଁ ସେ ୫ କୋଟି ଟଙ୍କା ନେଇଛନ୍ତି । ଏହି ଆଇଟମ୍ ଗୀତଟିକୁ କେବଳ ଫ୍ୟାନ୍ସ ନୁହନ୍ତି, ସେଲିବ୍ରେଟିମାନେ ମଧ୍ୟ ବହୁତ ପସନ୍ଦ କରୁଥିବା ଦେଖାଯାଇଛି । ଏହି ଗୀତକୁ ନେଇ ପ୍ରଥମରୁ କିଛି ବିବାଦ ସାମ୍ନାକୁ ଆସିଥିଲା ।

Leave a Reply

Your email address will not be published. Required fields are marked *