ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଫୁଟିଲା ବୋମା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଫୁଟିଲା ବୋମା । ଜାଗାବାଡ଼ିକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠରେ ବୋମାମାଡ଼ । ବାଲିଅନ୍ତା ଥାନା ସରକଣାରେ ହୋଇଥିବା ଏହି ବୋମାମାଡରେ ଉଡ଼ିଗଲା ଘରର ଟିଣ । ସୂଚନା ମୁତାବକ ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ ନେଇ ଘଟିଛି ଏହି ଘଟଣା  । ବୋମା ଫିଙ୍ଗି ଗଣ୍ଡଗୋଳ କରିଛନ୍ତି କିଛି ଦୁର୍ବୁତ୍ତ । ସେପଟେ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣାପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ନିଜକୁ ଅସୁରକ୍ଷିତ ମନେକରୁଛନ୍ତି ସ୍ଥାନୀୟ ଲୋକେ । ବୋମାମାଡ଼ କରିଥିବା ଦୁଇ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣାସ୍ଥଳରୁ ଦୁଇ ଯୁବକ ଫେରାର ହୋଇଯାଇଥିବାବେଳେ ପୋଲିସ ଖବରପାଇଥିଲେ ମଧ୍ୟ ଏନେଇ କୈାଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ହାତବାନ୍ଧି ବସିଛି ପୋଲିସ । ଫଳରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *