ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

ନୂଆଦିଲ୍ଲୀ  :- ଟେଷ୍ଟ ଅଧିନାୟକ ପଦ ଛାଡି​‌ଲେ ବିରାଟ କୋହଲି । ଭାରତୀୟ ଦଳର ଟେଷ୍ଟ ଫର୍ମାଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି କୋହଲି । ଏ ନେଇ ବିରାଟ କୋହଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ପୂର୍ବରୁ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରୁ ମଧ୍ୟ ସେ ନିଜ ଆଡୁ ଇସ୍ତଫା ଦେଇଥିଲେ । ପରେ ଦିନିକିଆ ଅଧିନାୟକ ପଦରୁ କୋହଲିଙ୍କୁ ବିଦା କରିଥିଲା ବିସିସିଆଇ । ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ ହୋଇଥିଲା । ତେବେ ଶନିବାର ସମସ୍ତଙ୍କୁ ଝଟ୍‌କା ଦେଇଛନ୍ତି କୋହଲି । ଟ୍ବିଟ୍‌ କରି ନିଜ ଆଡୁ ଟେଷ୍ଟ ଫର୍ମାଟର ଅଧିନାୟକ ପଦ ଛାଡିଛନ୍ତି । ଦକ୍ଷିଣ ଆଫ୍ରିକାରେ ଭାରତର ଟେଷ୍ଟ ସିରିଜ୍‌ ପରାଜୟ ପରେ ଟେଷ୍ଟ ଅଧିନାୟକ ପଦ ଛାଡିଛନ୍ତି କୋହଲି ।

ଟ୍ବିଟ୍‌ କରି କୋହଲି କହିଛନ୍ତି, ‘ଗତ ୭ ବର୍ଷ ଧରି ଦଳକୁ ଆଗକୁ ନେବା ପାଇଁ ଅନବରତ ଭାବେ ଦଳକୁ ଆଗକୁ ନେବାକୁ ପ୍ରୟାସ କରିଥିଲି । ଏହି ସମୟ ମଧ୍ୟରେ ସଚ୍ଚୋଟତାର କାମ କରିଛି । ସବୁ ଜିନିଷର ଶେଷ ଥାଏ ଆଉ ଆଜି ମୋ ପାଇଁ ଭାରତୀୟ କ୍ରିକେଟ ଟିମ୍‌ର ଟେଷ୍ଟ ଅଧିନାୟକ । ଦଳ ପାଇଁ ସବୁବେଳେ ମୋର ଶତ ପ୍ରତିଶତ ଦେଇଛି ।’

କୋହଲି କହିଛନ୍ତି, ‘ବିସିସିଆଇ ମୋ ଉପରେ ଆସ୍ଥା ପ୍ରକଟ କରି ଏତେ ବର୍ଷ ଧରି ଦାୟିତ୍ବ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । ଲମ୍ବା ସହମ ଧରି ଦଳକୁ ଆଗେଇ ନେବା ପାଇଁ ବିସିସିଆଇ ସହଯୋଗ କରିଛି । ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନରୁ ହିଁ ମୁଁ ମୋର କର୍ତ୍ତବ୍ୟ ନିର୍ବାହନ କରିଆସିଛି । ଏଥିରେ ଭରପୁର ସହଯୋଗ କରିଛନ୍ତି ମୋର ସାଥୀ ଖେଳାଳିମାନେ ।’

Leave a Reply

Your email address will not be published. Required fields are marked *