ବାଲିପାଟଣାରେ ନାବାଳିକାକୁ ଦୁଷ୍କର୍ମ,

ବାଲିପାଟଣା :-ବାଲିପାଟଣା ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକା ସହ ଦୁଷ୍କର୍ମର । ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି । ଘଟଣା ବିଷୟରେ ସୂଚନା ପାଇ ବାଲିପାଟଣା ପୋଲିସ୍ ଗୁରୁତର ଅବସ୍ଥାରେ  ନାବାଳିକାକୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ପରେ  ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି । ଦୁଷ୍କର୍ମ ଘଟଣାକୁ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ବାଲିପାଟଣା ଥାନାରେ ଏତଲା ଦିଆଯାଇଛି ।

ନାବାଳିକା ଜଣକ ଗାଁରେ ନଳକୂପକୁ ପାଣି ଆଣିବାକୁ ଯିବା ବେଳେ  ଅଭିଯୁକ୍ତ ଯୁବକ ବିଶ୍ଵଜିତ୍‌ ସେଠୀର ପାପ ନଜର ପଡ଼ିଥିଲା । ବିଶ୍ଵଜୀତ୍ ଝିଅଟିକୁ ନିଜ ଘର ପାଇଖାନାକୁ ନେଇ ଦୁଷ୍କର୍ମ କରିଥିଲା । ଝିଅଟି ଭୟ କରିଯିବା ସହ କାନ୍ଦି କନ୍ଦି ଘରେ ପହଁଞ୍ଚି ପରିବାର ଲୋକଙ୍କୁ ସବୁ କଥା କହିଥିଲା ।  ସେତେବେଳକୁ ନାବାଳିକା ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇସାରିଥିଲା । ପରିବାର ଲୋକେ ତୁରନ୍ତ ପୋଲିସ ହେଲ୍ପଲାଇନ୍ ନମ୍ବରକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ସଙ୍ଗେସଙ୍ଗେ ଗାଁରେ ପୋଲିସ ପହଁଞ୍ଚି ନାବାଳିକାଙ୍କୁ PCR ଭ୍ୟାନରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସଂଧ୍ୟାରେ ନାବାଳିକାଙ୍କ ବାପା ବାଲିପାଟଣା ଥାନାରେ ଅଭିଯୁକ୍ତ ବିଶ୍ବଜିତ ସେଠୀ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *