କଥାରେ ହିରୋ, କାମରେ ଜିରୋ, ଆମ କମିସନରେଟ ପୁଲିସ, ଏକାଧିକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ

ଭୁବନେଶ୍ୱର:(ରିପୋର୍ଟ-ସୁଶାନ୍ତ ପାତ୍ର):-ଅନ୍ୟ ଜିଲ୍ଲାର ପୁଲିସ ଠାରୁ କମିସନ୍‌ରେଟ ପୁଲିସ ଦକ୍ଷ । ଏଠାରୁ ହେଉଥିବା ରଣ କୌଶଳ, ଯୋଜନା ଦେଖି ଅନ୍ୟ ଜିଲ୍ଲାର ପୁଲିସ ଆପଣାଇଥାନ୍ତି । ଏପରିକି ଅଭିଯୁକ୍ତକୁ ଧରିବା ପାଇଁ ଆଧୁନିକ ଜ୍ଞାନକୌଶଳ ମଧ୍ୟ ରହିଛି । କିନ୍ତୁ ଗତ କିଛି ମାସ ହେବ କମିସନ୍‌ରେଟ ପୁଲିସର ଦକ୍ଷ ଅଫିସରମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଏପଟେ ସହରରେ ଅପରାଧୀ ଆତଙ୍କ ରଚାଇଲେଣି । କାହାକୁ ହତ୍ୟା କଲେଣି ତ, ଆଉ କାହା ଘରେ ପଶି ଡକାୟତି କଲେଣି । ଆଉ କାହା ଘରେ ପଶି ହାତ,ଗୋଡ ମାଧ୍ୟ ହାଣି ଲୁଟପାଟ କଲେଣି । ଏହି ସବୁ ମାମଲା ସହରବାସୀଙ୍କୁ ଆତଙ୍କିତ କରିଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି । ଅଭିଯୁକ୍ତ ଗିରଫ ହେଉନଥିବାରୁ ଅନ୍ୟମାନେ ଅପରାଧ ଘଟାଇବାକୁ ସାହାସ ଜୁଟାଇ ପାରୁଛନ୍ତି । ଅପରାଧୀଙ୍କୁ ଧରିବାପ ପାଇଁ ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଏବଂ କ୍ୟୁଏଟିକୁ ଗଠନ କରିଛି । କିନ୍ତୁ ସେମାନେ ଏବେ କୁଆଡେ ଗଲେ ବୋଲି ସାଧାରଣ ଲୋକେ ପ୍ରଶ୍ନ କଲେଣି ।
ସୁନା ଦୋକାନ ସର୍ଟର ତାଡି କୋଟିଏ ଟଙ୍କା ଲୁଟ:
ଗତ ଡିସେମ୍ବର ୪ତାରିଖ ରାତିରେ ଖଣ୍ଡଗିରି ଥାନା ଡେଲଟା ଛକରେ ଥିବା ଲକ୍ଷ୍ମୀନାରାୟଣ ସୁନା ଦୋକାନର ସର୍ଟର ତାଡି ଦୁର୍ବୃତ୍ତମାନେ ଦୋକାନ ଭିତରକୁ ପଶିଥିଲେ । ଦୋକାନରୁ କୋଟିଏ ଟଙ୍କାର ସୁନା ଗହଣା ଲୁଟି ନେଇଥିଳେ । ୧କେଜି ସୁନା, ୧୦ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରି ନେଇଥିଲେ । ଲୁଟେରାମାନେ ସିସିଟିଭି ଫୁଟେଜ ଭାଙ୍ଗି ହାର୍ଡଡିକ୍ସ ସାଥିରେ ନେଇଯାଇଥିଳେ । ଏହି ଘଟଣାକୁ ମାସେ ବିତିଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ପୁଲିସ ବିଫଳ ହୋଇଛି ।
ରସୁଲଗଡ଼ କାଳିଆ ହତ୍ୟାକାରୀଙ୍କ ଟେର ପାଉନି:
ଗତ ମାସ ୩ ତାରିଖରେ ରସୁଲଗଡ଼ ଅଟୋଷ୍ଟାଣ୍ଡ ନିକଟରେ ସନ୍ତୋଷ ରାଉତ ଓରଫ କାଳିଆ ଛିଡା ହୋଇଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ସହ ଜାଣି ଶୁଣି ଝଗଡ଼ା କରିଥିଲେ । ପରେ କାଳିଆ ପେଟକୁ ଛୁରୀ ଭୁଷିଥିଲେ । ଛୁରାମାଡ଼ରେ କାଳିଆର ଅନ୍ତବିଜୁଳା ବାହାରକୁ ବାହାରି ଆସିଥିଲା । ସେ ତଳେ ପଡି ଛଟପଟ ଦେଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତିି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରି ପାରିନି ।
କୋର୍ଟରେ କଲେ ଆତ୍ମସମର୍ପଣ:
ଏୟାରଫିଲ୍ଡ ଥାନା ସୁନ୍ଦରପଦା ଦିପୁ ରାଉତକୁ ଜିରୋ ନାଇଟ୍ ରାତିରେ ହତ୍ୟା କରାଗଲା । ପରବର୍ତ୍ତି ସମୟରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କଲା । କିନ୍ତୁ ଅପରାଧୀକୁ ଧରିବାରେ ପୁଲିସ ବିଫଳ ହେବାରୁ ଗ୍ରାମବାସୀ ଥାନା ଘେରାଉ କଲେ । ଶେଷରେ ପୁଲିସ ଗିରଫ କରିବା ପୂର୍ବରୁ ୩ ହତ୍ୟାକାରୀ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କଲେ । ବଡ଼ କଥା ହେଲା ପୁଣିସ କିଭଳି ଅଭିଯୁକ୍ତକୁ ଗିରଫ କରିପାରିଲା ନାହିଁ । କିନ୍ତୁ ସେମାନେ କୋର୍ଟରେ ଆତ୍ମସମର୍ପଣ କରିବା ନେଇ ମଧ୍ୟ ଖବର ପାଇ ପାରିଲା ନାହିଁ । ଏହାସହ ଏହି ମାମଲାରେ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିପାରିନି ।
ବିଜେପି ନେତାଙ୍କ ଘରୁ ଡକାୟତି:
ଗତ ୨୯ ତାରଖ ରାତିରେ ମଞ୍ଚେଶ୍ୱର ଥାନା ଭୋଟପଡ଼ାରେ ରହୁଥିବା ବିଜେପି ନେତା ଦୀନବନ୍ଧୁ ଦାସଙ୍କ ଘରୁ ଡକାୟତି ହୋଇଥିଲା । ୫ଜଣ ଦୁର୍ବୃତ୍ତ ମୁଖା, ହେଲମେଟ ପିନ୍ଧି ପାଚେରୀ ଡେଇଁ ତାଙ୍କ ଘର ଭିତରକୁ ପଶିଥିଲେ । ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇବା ସହ ମାଡ଼ ମାରି ସୁନାଗହଣା ଲୁଟି ନେଇଥିଲେ । ଦୁର୍ବୃତ୍ତମାନେ ସାଢେ ୩ଲକ୍ଷ ଟଙ୍କା, ୩୦ ଭରି ସୁନା ଗହଣା, ୩ଟି ମୋବାଇଳ୍ ଫୋନ୍ ଏବଂ ଏଟିଏମ୍ କାର୍ଡ ଲୁଟି ନେଇଥିଲେ । ଏହି ମାମଲାର ତଦନ୍ତ ପୁଲିସ କରୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନି ।
ମହିଳାଙ୍କୁ ହାତ,ଗୋଡ ବାନ୍ଧି ଖଣ୍ଡାରେ ହାଣିବା:
ସହିଦ୍‌ନଗର ଥାନା ଜଗନ୍ନାଥ ନଗର ଲେନ୍‌-୪ରେ ରହୁଥିବା ଗୀତାଞ୍ଜଳୀ ପାଲଟାସିଂଙ୍କୁ ଦୁର୍ବୃତ୍ତମାନେ ହାତ,ଗୋଡ଼ ବାନ୍ଧି ଖଣ୍ଡାରେ ହାଣିଲେ । ମହିଳାଙ୍କ ଶରୀରରେ ୨ଶହ ଷ୍ଟିଚ୍ ପଡିଥିଲା । ଏପରିକି ମହିଳା ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ଥାନା ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅପରାଧୀକୁ ଗିରଫ କରାଯାଇ ନାହିଁ ।
ଏନେଇ ଜଣେ ବରିଷ୍ଟ ପୁଲିସ ଅଧିକାରୀ କହିଛନ୍ତି ଯେ, ପୁଲିସ ତା ବାଟରେ ତଦନ୍ତ କରୁଛି । ଏପରିକି ଅଭିଯୁକ୍ତ ବିରୋଧରେ ପ୍ରମାଣ ମିଳିବା ପରେ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେ ।

Leave a Reply

Your email address will not be published. Required fields are marked *