ସୁନ୍ଦରପଦା ଦୀପୁ ହତ୍ୟାକାଣ୍ଡ ମାମଲା : କୋର୍ଟରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ
ଭୁବନେଶ୍ବର:- ସୁନ୍ଦରପଦା ଦୀପୁ ହତ୍ୟାକାଣ୍ଡ ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲେ ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ଭିକି ମାଳିଆ ଓ ସୁଜିତ ମଳିଆ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଗତ ଡିସେମ୍ବର ୩୧ ତାରିଖ ରାତିରେ ସୁନ୍ଦରପଦାର ଦୀପକ ରାଉତଙ୍କୁ ଏମାନେ ହତ୍ୟା କରିଥିଲେ । ଦୁଇ ଜଣଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ଏ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୩୧ ତାରିଖ ବିଳମ୍ବିତ ରାତିରେ ନୂଆସାହି ଅଞ୍ଚଳର କିଛି ଯୁବକ ନୂଆବର୍ଷ ଉପଲକ୍ଷେ ଭୋଜି କରୁଥିଲେ। ସେହି ସମୟରେ କପିଳେଶ୍ବର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ । ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା। ହେଲେ ହଠାତ କପିଳେଶ୍ଵର ଅଞ୍ଚଳର କିଛି ଯୁବକ ଅତର୍କିତ ଭାବେ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଦୀପୁ ରାଉତ ନାମକ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।