ଭୁବନେଶ୍ବରରେ ବଢୁଛି ସଂକ୍ରମଣ : ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ବର : ଏକାଧିକ ସ୍ଥାନରେ ସଂକ୍ରମଣ ବୃଦ୍ଧି ଭୁବନେଶ୍ବର ମହାନଗର ନିଗମ( ବିଏମସି) ପାଇଁ ଚିନ୍ତାର କାରଣ ପାଲଟିଛି। ରାଜଧାନୀ ସଂକ୍ରମଣ ମାମଲା ବଢ଼ିବା କାରଣରୁ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛି ବିଏମସି । ଆଜି ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ସମସ୍ତ କଣ୍ଟେନମେଣ୍ଟ ୭ ଦିନ ପାଇଁ ବଳବତ୍ତର ରହିବ । ଗତକାଲି ଏକାଧିକ ପୁଲିସ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବା ପରେ ଭୁବନେଶ୍ୱର ଡିସିପି ଅଫିସକୁ ସିଲ୍ କରାଯାଇଥିଲା ।ଆଜି ବାପୁଜୀନଗରର ପ୍ଲଟ ନମ୍ବର ୬୦, ସତ୍ୟନଗରର ପ୍ଲଟ ନମ୍ବର ୧୨୦ (ବି), ଆଚାର୍ଯ୍ୟ ବିହାରର ପ୍ଲଟ ନମ୍ବର ୧୪୧୯ (ଏ), ଟଙ୍କପାଣି ରୋଡ ବିଷ୍ଣୁ ନଗରର ପ୍ଲଟ ନମ୍ବର ୧୧୪୭ ଓ ଆଚାର୍ଯ୍ୟ ବିହାରର ପ୍ଲଟ ନମ୍ବର ଏଲ୍୩/୬୫କୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସିର ଦକ୍ଷିଣ ପୂର୍ବ ଜୋନ । ସଂକ୍ରମଣ ବୃଦ୍ଧି ପରେ ଏ ପଦକ୍ଷେପ ନିଆଯାଇଥିବା ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ସୂଚନା ଦେଇଛନ୍ତି ।ଗୋଟିଏ ସ୍ଥାନରେ ଏକାଧିକ ସଂକ୍ରମିତ ଚିହ୍ନଟ ଯୋଗୁଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଘୋଷଣା ଦିନ ଠାରୁ କଟକଣା ୭ ଦିନ ଯାଏ ବଳବତ୍ତର ରହିବ । ବିଏମସିର ତଥ୍ୟ ଅନୁସାରେ, ୩ ତାରିଖରେ ୧୪୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେଥିରୁ ୧୯ଟି କ୍ୱାରେଣ୍ଟାଇନ୍ ମାମଲା ଥିବାବେଳେ ୧୨୩ଟି ସ୍ଥାନୀୟ ସଂକ୍ରମଣ ।

Leave a Reply

Your email address will not be published. Required fields are marked *