ଫେରିଲା ନାଇଟ କର୍ଫ୍ୟୁ, ବନ୍ଦ ହେଲା ସ୍କୁଲ
ଭୁବନେଶ୍ୱର: ନୂଆ କୋଭିଡ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଆସନ୍ତା ୭ ତାରିଖରୁ ଜାରି ହେବ ଗାଇଡଲାଇନ । ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରେ ଲାଗୁ କରାଯିବ ରାତ୍ରି କାଳୀନ କର୍ଫ୍ୟୁ । କଟକଣା ସମୟରେ ଅତ୍ୟାବଶକୀୟ ସୁବିଧା ପୂର୍ବପରି ଉପଲବ୍ଧ ରହିବ । ଜାନୁଆରୀ ମାସରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା ଜାରି ରହିବ । ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଅଫଲାଇନ କ୍ଲାସ ବନ୍ଦ ରହିବ । ଏହି ସମୟରେ କେବଳ ଡାଉଟ କ୍ଲିଅର କ୍ଲାସ ମଧ୍ୟ ଜାରି ରହିବ । ଅଭିଭାବକ ମାନଙ୍କ ପରାମର୍ଶ କ୍ରମେ ଡାଉଟକ୍ଲିଅର କ୍ଲାସ କାର୍ଯ୍ୟକ୍ରମ କରାଯିବ । ସେପଟେ ସକାଳ ୫ଟା ରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଦୋକାନ, ବଜାର, ହାଟ ଆଦି ଖୋଲା ରହିବ । କିନ୍ତୁ ୫୦ ପ୍ରତିଶତ ଲୋକରେ ସଂଖ୍ୟା ସିମୀତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
କିନ୍ତୁ ଦୋକାନ-ମଲ ଆଦି ମାଲିକ ମାନେ ଏହି ସମୟରେ କୋଭିଡ ଗାଇଡଲାଇନ ପାଳନ କରିବେ । ଯଦି ଏଥିରେ ଖିଲାପ ସୃଷ୍ଟି ହୁଏ ତେବେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଅର୍ଥାତ ପ୍ରଶାସନ ପକ୍ଷରୁ ଖିଲାପକାରୀଙ୍କ ଦୋକାନ-ମଲ ଆଦି ସାତ ଦିନ ପାଇଁ ବନ୍ଦ କରିବେ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ହୋଟେଲ-ବାର- ଢାବା ପାଇଁ କଟକଣା ଜାରି କଲେ ସରକାର । ରାତି ୯ ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଥିବାବେଳେ ୫୦ ପ୍ରତିଶତ ସିଟରେ ବସି ପାରିବେ ଗ୍ରାହକ । ସେପଟେ କୋଭିଡର ସମସ୍ତ ଗାଇଡଲାଇନ ଅନୁପାଳନ କରିବାକୁ ନିର୍ଦ୍ଦେଶ ରହିଛି ।