ବିଦ୍ୟାଭାରତୀଙ୍କ ନିକଟରୁ ସବୁ ସତ ବାହାରିବ:ପୁଲିସ

ପାରଳାଖେମୁଣ୍ଡି :-ଏସିଏଫ୍ ସୌମ୍ୟରଞ୍ଜନଙ୍କ ପୋଡ଼ି ହୋଇ ମୃତ୍ୟୁ ଘଟଣାରେ ଅଧତ୍କ ତଦନ୍ତ ପାଇଁ ବାଲେଶ୍ୱର ଓ ମୟୂରଭଞ୍ଜ ଗଲା ପୁଲିସ ଟିମ୍ । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସର ୬ ଜଣିଆ ଟିମ୍ ବିଦ୍ୟାଭାରତୀଙ୍କ ବାପଘର କପ୍ତିପଦା ଅଭିମୁଖେ ଯାଇଛନ୍ତି । ଏହି ଟିମ୍ ପ୍ରଥମେ ସୌମ୍ୟଙ୍କ ଘରକୁ ଯାଇ ସେଠାରେ ତାଙ୍କ ମା, ମାଇଁ ଓ ଅନ୍ୟ ସଂପର୍କୀୟଙ୍କୁ ପଚରାଉଚରା କରିବ । ପରେ ବିଦ୍ୟାଭରତୀଙ୍କ ନିକଟରେ ପହଂଚି ତାଙ୍କୁ ପଚରା ଉଚରା କରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବିଦ୍ୟାଭାରତୀଙ୍କୁ ପଚରା ଉଚରା ସମୟରେ ସବୁ ସତ ବାହାରିବ ବୋଲି ପୁଲିସ ଆଶା ରଖିଛି । ସେପଟେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଶନିବାର ବିଳମ୍ବିତ ସଂଧ୍ୟାରେ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନ ନିକଟକୁ ଯାଇ ସ୍ଥିତି ପରଖିଥିଲେ। ଏହି ସମୟରେ ପୁଲିସ ଡେମୋ ମଧ୍ୟ କରିଛି । ତଦନ୍ତ ଖୁବ୍ ଜୋରଦାର କରାଯାଇଛି ଏବଂ ଅତିଶୀଘ୍ର ଦୋଷୀ ଧରା ପଡିବେ ବୋଲି ଏସପି କହିଛନ୍ତି।  ସେପଟେ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବାଲେଶ୍ୱର ଜନହିତ ଯୁବକ ସଂଘ । ଏ ନେଇ ସଂଘ ପକ୍ଷରୁ ଏସପିଙ୍କୁ ଇ ମେଲ୍ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି।

-ADVERTISEMENT-

ତେବେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସରକାରୀ ଆବାସରୁ ଶୁକ୍ରବାର ହାତ ଏକ ଲେଟର ପେଡ୍‌ ମିଳିଥିଲା। ଯେଉଁଥିରେ ବାହା ହୋଇ ଭୁଲ୍‌ ହୋଇଗଲା… ଯାହା ଭୁଲ୍‌ ହୋଇଛି କ୍ଷମା କରିଦିଅ… ମୁଁ କ୍ୟାରେକ୍ଟର ଲେସ୍‌ ନୁହେଁ, ତୁମେ କ୍ୟାରେକ୍ଟର ଲେସ୍‌ ଲେଖାଯାଇଥିଲା।  ତେବେ ଏହି ହାତ ଲେଖା ସୌମ୍ୟଙ୍କର କି ଆଉ କାହାର ସ୍ପଷ୍ଟ ହୋଇନି। ଯଦି ହାତ ଲେଖା ସୌମ୍ୟଙ୍କର ହୋଇଥିବା, ତାହାହେଲେ ସେ ଏପରି କାହିଁକି ଲେଖିଥିଲେ?

Leave a Reply

Your email address will not be published. Required fields are marked *