ରାସ୍ତାକଡ଼ରୁ କ୍ଷତାକ୍ତ ଗାଡଭାଲୁ ଉଦ୍ଧାର
ପାଟଣା: -କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ୍ ଦାସରଥିପୁର ଗାଁରୁ ଏକ ଗାଡ଼ଭାଲୁକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ରାସ୍ତାକଡ଼ରେ ବୁଲୁଥିବା ଅବସ୍ଥାରେ ଗାଡ଼ ଭାଲୁଟିକୁ ଲୋକେ ପ୍ରଥମେ ଦେଖିଥିଲେ । ପରେ ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲା ।
ବନ ବିଭାଗ ଭାଲୁଟିକୁ ଉଦ୍ଧାର କରିବା ପରେ ତାହାର ଟିକିତ୍ସା କରାଯାଇଥିଲା । ଗାଡ଼ଭାଲୁଟିର ବୟସ ୨ ରୁ ୩ ବର୍ଷ ହୋଇଥିବା ଅନୁମାନ କରାଯାଉଥିବା ବେଳେ ବନ ବିଭାଗ ଜନ୍ତୁଟିକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛଡ଼ି ଦେଇଥିବା ଜଣାପଡ଼ିଛି ।