ଓଡ଼ିଶା ପୋଲିସରେ ୪୭୭ SI ପଦବୀ ପାଇଁ ଲକ୍ଷେ ୩୨ ହଜାରରୁ ଅଧିକ ଆବେଦନ

ଭୁବନେଶ୍ୱର: ପ୍ରଥମଥର ପାଇଁ କିନ୍ନର ହେବେ ପୋଲିସ । ଓଡ଼ିଶା ପୋଲିସରେ ୪୭୭ ଏସ୍ଆଇ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞାପନ ବାହାରିଥିଲା । ଆବେଦନର ଶେଷ ତାରିଖ ସୁଦ୍ଧା ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆପ୍ଲାଏ କରିଛନ୍ତି । ୯୭ ହଜାର ୫୦୬ ଜଣ ପୁରୁଷ ଆବେଦନ କରିଥିବା ବେଳେ ୩୪ ହଜାର ୯୬୪ ଜଣ ମହିଳା ଆବେଦନକାରୀ ରହିଛନ୍ତି । ସେହିଭଳି ୨୬ ଜଣ କିନ୍ନର ମଧ୍ୟ ସବ୍ ଇନ୍ସପେକ୍ଟର ପଦ ପାଇଁ ଆବେଦନ କରିଛନ୍ତି ।ମୋଟ ଆବେଦନକାରୀଙ୍କ ମଧ୍ୟରୁ ସାଧାରଣ ବର୍ଗର ୨୬ ହଜାର ୩୧୯ ଜଣ ଥିବାବେଳେ ଏସଇବିସି ବର୍ଗରୁ ସର୍ବାଧିକ ୫୨ ହଜାର ୨୭୪ ଜଣ ଆବେଦନକାରୀ ରହିଛନ୍ତି । ସେହିଭଳି ଅନୁସୂଚିତ ଜାତି ବର୍ଗରୁ ୨୯ ହଜାର ୭୧୦ ଜଣ ଏବଂ ଅନୁସୂଚିତ ଜନଜାତି ବର୍ଗରୁ ୨୪ ହଜାର ୧୯୩ ଜଣ ଆବେଦନକାରୀ ରହିଛନ୍ତି ।

Leave a Reply

Your email address will not be published. Required fields are marked *