ଯୁବକଙ୍କୁ ଉଲଗ୍ନ କରି ମାଡ଼ ମାରିବା ମହଙ୍ଗା ପଡିଲା, ଦୁଇ ଜଣ ଗିରଫ

ଭୁବନେଶ୍ୱର:-ଯୁବକକୁ ଉଲଗ୍ନ କରି ଗଛରେ ବାନ୍ଧି ମାଡ ମାରିବା ଘଟଣାରେ ଆଜି ଖଣ୍ଡଗିରି ଥାନା ପୁଲିସ ଦୁଇ ଜଣକୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଫେଜ ୩ ର ସିମାଞ୍ଚଳ ରଥ(୩୮) ଓ ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ୱରି ବସ୍ତିର ଇନ୍ଦ୍ରମଣି ବେହେରା । ସୂଚନାଯୋଗ୍ୟ ଯେ, ସିମାଞ୍ଚଳ ଗତ ୫/୬ ବର୍ଷ ହେବ ବୈଦିକ ରୀତିରେ ପ୍ରିୟଦର୍ଶ?ନୀ ରଥଙ୍କୁ ବିବାହ କରିଥିଲେ ।ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା ।କ୍ରମେ ଏହି ମନମାଳିନ୍ୟ ଯୋଗୁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଗଲେ । ପ୍ରିୟଦର୍ଶ?ନୀଙ୍କ ଏକ ଛୋଟ ପିଲାକୁ ଧରାଧରି କରିବା ଓ ଲାଳନପାଳନ କରିବା ପାଇଁ ବାଲିଅନ୍ତା ଅଞ୍ଚଳର ଅନନ୍ତ ଭୋଇ (୨୧) ନାମକ ଯୁବକକୁ ଘରେ ରଖିଥିଲେ ।ଏହି କାରଣରୁ ସିମାଞ୍ଚଳ ତାଙ୍କ ସ୍ତ୍ରୀ ଉପରେ ସନ୍ଦେହ ବଢ଼ିବାରେ ଲାଗିଲା । ତେଣୁ ସିମାଞ୍ଚଳ ଅନନ୍ତକୁ ତାଙ୍କ ସ୍ତ୍ରୀ ପାଖରେ ନରହିବାକୁ ବାରମ୍ବାର ଧମକ ଦେଉଥିଲେ ।ଗତ ୧୪ ତାରିଖ ଦିନ ଅନନ୍ତ ରଙ୍ଗ କିଣିବା ପାଇଁ ଡୁମୁଡୁମା ନିକଟସ୍ଥ ସୁବୁଦ୍ଧି ପୁର ବଜାରକୁ ଆସିଥିବା ବେଳେ ସିମାଞ୍ଚଳ, ଇନ୍ଦ୍ରମଣି ଓ ତାଙ୍କର ଦୁଇ ସହଯୋଗୀ ଅନନ୍ତକୁ ନିସ୍ତୁକ ମାଡ଼ ମାରିଥିଲେ । କିଛି ସ୍ଥାନୀୟ ଲୋକ ହୋହାଲ୍ଲା କରିବାରୁ ସିମାଞ୍ଚଳ ତାର ୩ ଜଣ ସହଯୋଗୀ ଅନନ୍ତକୁ ସୁବୁଦ୍ଧିପୁର ଉଠାଇ ନେଇ ଏକ ନିଛାଟିଆ ଜଙ୍ଗଲିଆ ସ୍ଥାନରେ ଉଲଗ୍ନ କରି ଗଛରେ ବାନ୍ଧି ପୁଣି ନିସ୍ତୁକ ମାଡ଼ ମାରିଥିଲେ ।ତାସହ ଅନନ୍ତ ଉଲଗ୍ନ ଅବସ୍ଥାର ଏକ ଭିଡିଓ କରି ଭାଇରାଲ ମଧ୍ୟ କରିଥିଲେ । ଏନେଇ ପ୍ରିୟଦର୍ଶ?ନୀ ଓ ଅନନ୍ତ ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଉକ୍ତ ଭିଡିଓକୁ ଆଧାର କରି ଆଜି ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *