ଦୁଇଟି ଆପ ଲଞ୍ଚ କଲା କମିଶନରେଟ ପୋଲିସ, ରହିବ ଅପରାଧିଙ୍କ ଡାଟା

ଭୁବନେଶ୍ୱର: କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଆପ ଲଞ୍ଚ ହୋଇଛି । ଯେଉଁ ଆପରେ ରହିବ ଅପରାଧି ମାନଙ୍କ ଡାଟା । ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛି ପୋଲିସ କମିଶନର। ଭୁବନେଶ୍ୱର ଡିସିପି ଅଫିସରେ ଅପରେଟର ହେବ ଏହି ଆପ।

ସୂଚନା ଅନୁଯାୟୀ, ‘କୁଣ୍ଡଳୀ’ ଆପରେ ଅପରାଧୀର ରହିବ ଅପରାଧ ପଞ୍ଜିକା। ‘ସନ୍ଧାନ’ ଆପରେ ପ୍ରପଟି ଅଫେନ୍ସର ଡିଟେଲସ ରହିବ । ପ୍ରପର୍ଟି ସମ୍ପର୍କିତ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କଲା ଦୁଇଟି ଆପ । ଚୋରଙ୍କ ସମ୍ପର୍କରେ ଜାଣିବାକୁ ‘କୁଣ୍ଡଳି’ ଓ ଚୋରା ସାମଗ୍ରୀ ସମ୍ପର୍କରେ ଜାଣିବାକୁ ‘ସନ୍ଧାନ’ ଆପ୍ । ପ୍ରପର୍ଟି ଖୋଜିବାରେ ମିଳିଛି ଅଧିକ ସଫଳତା।

ଭୁବନେଶ୍ୱର କମିଶନରେଟ ପୋଲିସ ପ୍ରଥମ ଥର ପାଇଁ ଆରମ୍ଭ କଲା ପ୍ରୟାସ । ଆଗକୁ ଓଡିଶା ପୋଲିସ ୱେବସାଇଟ ସହ ଯୋଗାଯୋଗ କରାହେବ । ଏବେ ପୋଲିସ ବିଭାଗରେ ଏହା ସହଯୋଗ କରିବ ଆଗକୁ ସାଧାରଣ ଲୋକଙ୍କ ପାଇଁ ଏହା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *