ବୃଦ୍ଧଙ୍କୁ ଖାଇଦେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ:-ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ପୁରୁଷୋତ୍ତମ ଧଳ ନାମକ ୫୧ ବର୍ଷୀୟ ଵୃଦ୍ଧ ଗାଧୋଉଥିବାବେଳେ ଗତକାଲି ଏକ କୁମ୍ଭୀର ଝାମ୍ପି ନେଇଯାଇଥିଵା ଅଭିଯୋଗ ହୋଇଥିଲା l ଖବର ପାଇ ପରିବାର ଲୋକେ, ଗ୍ରାମବାସୀ ଏକ ଭୁଟିଭୁଟି ଡ଼ଙ୍ଗା ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ବୋଟରେ ଗତ ଦୁଇଦିନ ଧରି ଖୋଜାଖୋଜି ଜାରି ରଖିଥିଲେ। ଆଜି ୬କିମି ଦୂର ଆଳି ଥାନା ଅନ୍ତର୍ଗତ କଅଂର ପୁର ଗ୍ରାମ ନଦୀ କୂଳରେ ଶବ ଭାସୁଥିବା ସୂଚନା ମିଳିଥିଲା ।ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଶବକୁଚିହ୍ନଟ କରି  ଏକ ହୋଲି ଡଙ୍ଗାରେ ଉଦ୍ଧାର କରି ଆଣିଛନ୍ତି । ଅନ୍ୟପଟେ ନଦୀକୂଳିଆ ଗ୍ରାମବାସୀମାନେ ପ୍ରତ୍ୟହ ନଦୀଉପରେ ନିର୍ଭର କରୁଥିବାବେଳେ ବାରମ୍ବାର କୁମ୍ଭୀର ଦୌରାତ୍ମରେ ଜୀବନ ହାନି ଘଟୁଛି । ଏନେଇ ଅଞ୍ଚଳବାସୀମାନେ ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗକୁ ନିରାପଦ ଗାଧୁଆ ଘାଟ ନିର୍ମାଣ ଓ ସତର୍କ ସୂଚନା ଫଳକ ଲଗାଯିବାକୁ ଦାବି କରିଆସୁଛନ୍ତି।  ହେଲେ  ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ନିରବ ଅଛନ୍ତି ।

Leave a Reply

Your email address will not be published. Required fields are marked *