କାଲିଠାରୁ ଆଂଶିକ ଲକ୍‌ଡାଉନ୍

ଭୁବନେଶ୍ୱର:- ସାରା ରାଜ୍ୟରେ କାଲିଠାରୁ ଆଂଶିକ ଲକ୍‌ଡାଉନ୍ ଲାଗୁ ହେବ । ଏହା ଜୁଲାଇ ୧ ସକାଳ ଯାଏଁ ବଳବତ୍ତର ରହିବ । ତେବେ କୋଭିଡ୍ ସଂକ୍ରମଣ ସ୍ଥି

ତିକୁ ଦେଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ କାଟାଗୋରୀ ‘ଏ’ ଏବଂ ଅନ୍ୟ ୧୩ଟି ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖାଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସମସ୍ତ ଦୋକାନ କାଲିଠାରୁ ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏଁ ଖୋଲିବ । ତେବେ ଉପକୂଳ ଓ ଉତ୍ତର ଓଡ଼ିଶାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଖୋଲିବାକୁ ଅନୁମତି ଦିଆଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ମିଠା ଦୋକାନଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ମର୍ଣ୍ଣିଂଓ୍ୱାକ୍ ଓ ସାଇକେଲିଂ ପାଇଁ ମଧ୍ୟ ଗ୍ରୀନ୍ ସିଗ୍ନାଲ୍ ମିଳିଛି । ତେବେ ସାରା ରାଜ୍ୟରେ ପୂର୍ବଭଳି ସପ୍ତାହାନ୍ତ ସଟ୍‌ଡାଉନ୍ ଓ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ।

ରାଜ୍ୟରେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ସଂପୂର୍ଣ୍ଣରୁ ଆଂଶିକ ଲକ୍‌ଡାଉନ୍‌କୁ  ଆସିଛନ୍ତି ସରକାର । ଯାହାକି ଆସନ୍ତାକାଲିଠାରୁ ଜୁଲାଇ ପହିଲା ବା ଦୁଇସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ସଂକ୍ରମଣ ସ୍ଥିତିରେ ଉନ୍ନତି ଆସିଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ କାଟାଗୋରୀ-ଏ ରେ ରଖାଯାଇ ସେସବୁ ଜିଲ୍ଲା ପାଇଁ କଟକଣା ଅଧିକ କୋହଳ ହୋଇଛି।  ଉପକୂଳ ଓ ଉତ୍ତର ଓଡ଼ିଶାରେ ବଳକା ୧୩ ଜିଲ୍ଲାକୁ ରଖାଯାଇଛି। କାଟାଗୋରୀ ବିରେ କାଟାଗୋରୀ-ଏରେ ଆସୁଥିବା ଜିଲ୍ଲାରେ ସମସ୍ତ ଦୋକାନ କାଲିଠାରୁ ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ଏହି ୧୭ ଜିଲ୍ଲାରେ ଉଠାଦୋକାନୀଗୁଡ଼ିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଗ୍ରାହକମାନେ ଖାଦ୍ୟପୁଡିଆ କେବଳ ପାର୍ସଲ ଭାବେ ନେଇପାରିବେ । ସେହିପରି କାଟାଗୋରୀ-ବି ରେ ଆସୁଥିବା ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ । ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସାରା ରାଜ୍ୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଠା ଦୋକାନଗୁଡିକ ଖୋଲିବାକୁ ଅନୁମତି ମିଳିଛି। ସେହିପରି ସକାଳ ୬ଟାରୁ ୯ଟା ମଧ୍ୟରେ ଲୋକମାନେ ମର୍ଣ୍ଣିଂ ଓ୍ୱାକ୍, ଜଗିଂ ଓ ସାଇକଲିଂକୁ ଅନୁମତି ଦିଆଯାଇଛି । ଅନ୍ୟପକ୍ଷରେ ସାରା ରାଜ୍ୟରେ ପୂର୍ବଭଳି ସପ୍ତାହାନ୍ତ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ।

ଆଂଶିକ ଲକ୍‌ଡାଉନରେ କିନ୍ତୁ ପୂର୍ବଭଳି ବସ୍ ସେବା ବନ୍ଦ ରହିବ । ସେହିପରି ସମସ୍ତ ଶିକ୍ଷାନୁଷ୍ଠାନ, ମଲ୍, ଜିମ୍, ସାଲୁନ୍, ପାର୍ଲର, ସୁଇମିଂପୁଲ୍ , ସିନେମା ହଲ୍ , ପାର୍କ ଏବେ ଖୋଲିବ ନାହିଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । କିନ୍ତୁ ନୀତିକାନ୍ତି ଚାଲିବ ଯାତ୍ରା, ଅପେରା, ଆଉଟ୍ ଡୋର୍ ଏବଂ ଇନଡୋର୍ ସୁଟିଂ ପୂର୍ବଭଳି ବନ୍ଦ ରହିବ । ତେବେ ପୂର୍ବଭଳି ନିର୍ମାଣ କାର୍ଯ୍ୟ, ଶିଳ୍ପ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ କଟକଣା କୋହଳ ରହିବ ଟିକାକରଣ, ଟେଷ୍ଟିଂ, ସ୍ୱାସ୍ଥ୍ୟ, ବ୍ୟାଙ୍କିଂ, କୃଷି, ମତ୍ସ୍ୟ ଓ ପଶୁପାଳନ ପାଇଁ କୌଣସି କଟକଣା ରହିବ ନାହିଁ । ବାହାଘର ଓ ଅନ୍ତ୍ୟେଷ୍ଟି  ପାଇଁ ପୂର୍ବର ସବୁ କଟକଣା ବଳବତ୍ତର ରହିଛି।

Leave a Reply

Your email address will not be published. Required fields are marked *