ଚିକେନ୍ ଦୋକାନରେ ଗୋଧି ମାଂସ

ଭୁବନେଶ୍ୱର: ରାଜଧାନୀରେ ଚିକେନ୍ ଦୋକାନରେ ଚାଲିଥିଲା ଗୋଧି ମାଂସ ବିକ୍ରି । ଚଢ଼ାଉ ବେଳେ ଧରିଲା ବନବିଭାଗ ଓ ପୋଲିସର ମିଳିତ ଟିମ୍ । ଲକ୍ଷ୍ମୀସାଗର ଥାନା ଜଗନ୍ନାଥ ଆଭିନ୍ୟୁ ନିକଟରେ ଥିବା ଚିକେନ ସେଣ୍ଟରରେ ଗୋଧି ମାଂସ କଟାଯାଉଥିଲା । ଚଢାଉବେଳେ ମାଂସ ଦୋକାନରେ ୫ରୁ ୮ଟି ଗୋଧି ଥିବା ନେଇ ସୂଚନା ମିଳିଛି।

ସେପଟେ ଉକ୍ତ ଦୋକାନରେ ଗୋଧି ମାଂସ ବିକ୍ରି କରାଯାଉଥିବା ନେଇ ଖବର ପାଇଥିଲା ବନ ବିଭାଗ  । ପରେ ଘଟଣାସ୍ଥଳରେ ପହଁଞ୍ଚି ବନ ବିଭାଗ ଓ ଲକ୍ଷ୍ମୀସାଗର ପୋଲିସ ଚଢାଉ କରିଥିଲା। ମାଂସ କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଲାଗିଥିବା ବେଳେ ଅଚାନକ ଚଢ଼ାଉ ହୋଇଥିଲା। ଘଟଣାସ୍ଥଳରେ ବନ ବିଭାଗ ଓ ଲକ୍ଷ୍ମୀସାଗର ଥାନା ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *