ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା, ଜେଲରେ ବ୍ୟବହାର କରୁଛନ୍ତି ମୋବାଇଲ

ବନେଶ୍ୱର: ଜେଲ କର୍ତ୍ତୃପକ୍ଷଙ୍କ ଅଗୋଚରରେ ମୋବାଇଲ ବ୍ୟବହାର କରୁଛନ୍ତି ବିଚରାଧିନ କଏଦୀ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଯେଉଁଥିପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା। ଝାରପଡା ଜେଲରେ ବିଚାରାଧୀନ ବନ୍ଦୀ ହିସାବରେ ରହି ମୋବାଇଲ ବ୍ୟବହାର କରୁଥିବାରୁ ତାଙ୍କ ବିରୋଧରେ ଗତକାଲି ଏତଲା କରିଥିଲେ ଝାରପଡା ଜେଲ କର୍ତ୍ତୃପକ୍ଷ ।

ଏକ ଆଣ୍ଡ୍ରୋଏଡ଼ ଫୋନରେ ନିଜ ପରିବାର ବର୍ଗ ଓ ନିକଟ ସମ୍ପର୍କୀୟଙ୍କୁ ଭିଡିଓ କଲ କରୁଥିଲେ ପ୍ରଦୀପ । ଏ ନେଇ ଜେଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ 5ଟି ଅଧୀନରେ ଜେଲ ବିଭାଗ ଆସିବା ପରେ ‘ଅପରେସନ କ୍ଲିନ୍‌ ଅପ’କୁ ବ୍ୟାପକ କରାଯାଇଛି । ପ୍ରତ୍ୟେକ ଦିନ ସ୍ପେଶାଲ ଟିମ ବିଭିନ୍ନ ଜେଲରେ ଚଢ଼ାଉ କରୁଛନ୍ତି ।

Leave a Reply

Your email address will not be published. Required fields are marked *