ଜୋମାଟୋ ବଏକୁ ମାଡ଼ ମାରି ୧୭ ହଜାର ଲୁଟ

ଭୁବନେଶ୍ୱର :- ଏୟାରଫିଲ୍ଡ ଥାନା ଅଞ୍ଚଳରେ ଜଣେ ଜୋମାଟୋ ଡେଲୀଭରି ବଏକୁ ଆକ୍ରମଣ କରାଯାଇ ୧୭ ହଜାର ଟଙ୍କା ଲୁଟ ହୋଇଛି । ଲୁଟର ହୋଇଥିବା ଯୁବକ ହେଲେ ଗ୍ୟାରେଜ ଛକରେ ରହୁଥିବା ସୁଜଲ ପ୍ରସାଦ ଭୋଇ । ସେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଦୁଇ ଦିନ ତଳେ ସୁଜଲ ଏକ୍ ଅନ୍‌ଲାଇନ୍ ଡେଲୀଭରୀ ଦେବା ପାଇଁ ଗଜପତି ନଗରକୁ ଯାଇଥିଲେ । ସେଠାରେ ଜଣଙ୍କ ଘରେ ଖାଦ୍ୟ ଅର୍ଡର ଦେଇ ଫେରୁଥିବା ସମୟରେ ବାଟରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଘେରି ଯାଇଥିଲେ । ପରେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ତାଙ୍କୁ ଆକ୍ରମଣ କରି ୧୭ ହଜାର ଟଙ୍କା ଲୁଟି ନେଇଥିଲେ ।

Leave a Reply

Your email address will not be published. Required fields are marked *