ବାତ୍ୟା ପାଇଁ ୬ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଉପକୂଳ ମୁହାଁ ବାତ୍ୟା ୟଶ । ଧିରେ ଧିରେ ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା । ବାତ୍ୟାକୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାରେ କୋଭିଡ୍ ଟିକାକରଣ ଓ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବାତ୍ୟା ପାଇଁ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ୍ ଟିକାକରଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି ।

ଆସନ୍ତା ୨୬ ତାରିଖ ପୂର୍ବାହ୍ନରେ ଳ୍ୟାଣ୍ଡଫଲ କରିବ ବାତ୍ୟା । ଏହି ସମୟରେ ପ୍ରବଳ ପବନ ବହିବା ସହ ବର୍ଷା ଲାଗି ରହିବ । ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ ପାଇଁ ୫ ବରିଷ୍ଠ ଆଇଏଏସ ଓ ୫ ଆଇପିଲସଙ୍କୁ ଦାୟିତ୍ବ ଦିଆଯାଇଛି । ବାତ୍ୟା ପ୍ରଭାବରେ ଏବେ ଉପକୂଳ ଜିଲ୍ଲରେ ବର୍ଷା ସାଙ୍ଗକୁ ପବନ ବହିବାରେ ଲାଗିଲାଣି ।

Leave a Reply

Your email address will not be published. Required fields are marked *