ଡିସିିପିଙ୍କ ପଲିସ୍‌କୁ ପୁଲିସ ଡିଜିଙ୍କ ପ୍ରଶଂସା,ଖୁବ୍ ଶୀଘ୍ର ଅନ୍ୟ ଜିଲ୍ଲାରେ ଲାଗୁ ପାଇଁ ପ୍ରସ୍ତାବ

ଭୁବନେଶ୍ୱର :-ଗତ କିଛି ମାସ ହେବ କମିସନରେଟ ପୁଲିସର ବିଭିନ୍ନ ଥାନାରେ ଥିବା ସ୍ପେଶାଲ ସ୍କ୍ୱାଡ୍ ଟିମ୍ ଉତ୍ତମ ପ୍ରଦର୍ଶନ କରିଛି । ଯେଉଁଥି ପାଇଁ ଡିଜିପି ଅଭୟ ସ୍ପେଶାଲ ସ୍କ୍ୱାଡ୍ ଟିମ୍‌କୁ ପ୍ରଶଂସା କରିଛନ୍ତି । ଶନିବାର ଡିଜିପି କ୍ୟାମ୍ପ ଅଫିସରେ ସ୍ପେଶାଲ ସ୍କ୍ୱାଡ୍‌ର ଅଧିକାରୀମାନଙ୍କୁ ନେଇ ଡିଜିପି ଅଭୟ ଏକ ବୈଠକ କରିଥିଲେ । ବୈଠକରେ ଡିସିପି ଉମାଶଙ୍କର ଦାଶ ଏବଂ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହିଥିଲେ ।
ଡିଜିପି ଏହି ସ୍ପେଶାଲ ସ୍କ୍ୱାଡ୍ ଟିମ୍‌ରେ ରହିଥିବା ଯୁବ ଏସ୍‌ଆଇମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସେ କହିଛନ୍ତି ଯେ, ଗତ କିଛି ମାସ ହେବ ବିଭିନ୍ନ ଥାନାର ସ୍ପେଶାଲ ସ୍କ୍ୱାଡ୍ ଟିମ୍ ଭଲ କାମ କରିଛି । ଲୋକଙ୍କର ଲୁଟ ହୋଇଥିବା ବିଭିନ୍ନ ସାମଗ୍ରୀ ସେମାନେ ଫେରି ଆଣିବାରେ ସଫଳ ହୋଇଛନ୍ତି । ତେଣୁ ଏହି ଟିମ୍ ରାଜଧାନୀରେ ଲୁଟେରାମାନଙ୍କୁ ସାବାଡ଼ କରିଛି । ଏଭଳି ବ୍ୟବସ୍ଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗୁ କରିବେ ବୋଲି ଡିଜିିପି କହିଛନ୍ତି । ଲୋକଙ୍କ ସେବା କରି ସେମାନଙ୍କ ବିଶ୍ୱାସ ଜିତିବାକୁ ଡିଜିପି ବୈଠକରେ ପରାମର୍ଶ ଦେଇଛନ୍ତି । ଆହୁରୀ ମଧ୍ୟ ସେ କହିଛନ୍ତି, ପ୍ରପଟି ଅଫେନ୍ସ ନେଇ ଅଭିଯୋଗ ହେଲେ ଏହାକୁ ଗୁରୁତର ସହ ନେଇ ଅପରାଧୀଙ୍କୁ ଗିରଫ କର । ତେଣୁ ଏହି ଟିମ୍‌ର ମୁଳ ଲକ୍ଷ ହେଉ ଅପରାଧୀଙ୍କୁ ସାବାଡ଼ କରିବା । କାରଣ ଅନେକ ଯୁବକ ଏସ୍‌ଆଇ ଏହି ଟିମ୍‌ରେ ଅଛନ୍ତି । ତେଣୁ ସେମାନେ ଏଠାଇ ପାଇଥିବା ଅଭିଜ୍ଞତା ଆଗାମୀ ଦିନରେ ସେମାନଙ୍କ ପାଇଁ ଅନେକ କାର୍ଯ୍ୟରେ ଆସିବ ବୋଲି ସେ କହିଛନ୍ତି । ଶେଷରେ ଡିଜିପି ସ୍ପେଶାଲ ସ୍କ୍ୱାଡ୍ ଟିମ୍‌ର ଅଫିସରଙ୍କ ନିଜର ଅଭିଜ୍ଞତା ପଚାରି ବୁଝିଥିଲେ । ଏହି ଟିମ୍‌ରେ ସାମିଲ ହୋଇଥିବା ସମସ୍ତ ୍ରଅଧିକାରୀ ନିଜ ନିଜର ଅଭିଜ୍ଞତା ବଖାଣିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ଯେଉଁ ସମସ୍ୟା ହେଉଛି ସେନେଇ ମଧ୍ୟ ଡିଜିପିଙ୍କୁ ଜଣାଇଥିଲେ । ବିଭିନ୍ନ ଥାନାରେ ଥିବା ସ୍ପେଶାଲ ସ୍କ୍ୱାଡ୍ ଟିମ୍ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଡିଜିପି କହିଛନ୍ତି ।

Leave a Reply

Your email address will not be published. Required fields are marked *