ଚଞ୍ଚକତା କରି ବିବାହ କଲେ ଯୁବତୀ,ସଂଗୀତ ପ୍ରମୋଟ କରିବା ଆଳରେ କରାଇ ନେଲେ ଦସ୍ତଖତ

ଭୁବନେଶ୍ୱର:- ସଂଗୀତ ପ୍ରମୋଟ ଆଳରେ ଜଣେ ଏମ୍‌ବିଏ ଛାତ୍ରଙ୍କୁ ବାଲେଶ୍ୱରର ଜଣେ ଯୁବତୀ ଚଞ୍ଚକତା କରି ବିବାହ କରିଛନ୍ତି । ଭୁବନେଶ୍ୱର ସବ୍‌-ରେଜିଷ୍ଟେସନ ଅଫିସରେ ପହଞ୍ଚିବା ପରେ ଯୁବକ ଜଣଙ୍କ ବିବାହ ସଂମ୍ପର୍କରେ ଜାଣି ଚକିତ ହୋଇଯାଇଥିଲେ । କିନ୍ତୁ ସେତବେଳକୁ ସବୁ କିଛି ଶେଷ ହୋଇଯାଇଥିଲା । ଯୁବକ ଜଣଙ୍କ ଆଇନି ଅନୁସାରେ ଯୁବତୀଙ୍କୁ ବିବାହ କରି ସାରିଥିଲେ । ଶେଷରେ ଠକାମିର ଶିକାର ହୋଇଥିବା ପୁରୀର ଅଙ୍କିତ ମିଶ୍ର ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଯୁବତୀ ବାଲେଶ୍ୱରର ଭାଗ୍ୟଶ୍ରୀ ଜେନା ନାମ ଏବଂ ଅନ୍ୟ ନାମରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
ଅଭିଯୋଗ ଅନୁସାରେ,ଅଙ୍କିତ ବାଙ୍ଗାଲୋରରେ ଏମ୍‌ବିଏ ପାଠ ପଢୁଥିବା ସମୟରେ ଗତ ବର୍ଷ କୋଭିଡ଼ ପାଇଁ ଲକ୍‌ଡାଉନ୍ ହୋଇଯାଇଥିଲା । ସେ ପୁରୀ ସ୍ଥିତ ଘରକୁ ପଳାଇ ଆସି ରହୁଥିଲେ । ଅଙ୍କିତ ଭଲ ଗୀତ ଗାଉଥିବାରୁ ସେ ତାଙ୍କର ଏକ ୟୁଟୁବ୍ ଚ୍ୟାନେଲ ଖୋଲି ତାଙ୍କ ଗୀତ ଗୁଡ଼ିକ ଅପଲୋଡ୍ କରନ୍ତି । ପୁରୀରେ ଘର ଭଡ଼ା ନେଇ ରହୁଥିବା ଭାଗ୍ୟଶ୍ରୀ ତାଙ୍କ ଗୀତକୁ ଦେଖି ଫେସ୍‌ବୁକ୍‌ରେ ମେସେଜ୍ କରିଥିଲେ । ମେସେଜ୍‌ରେ ସେ ଅଙ୍କିତଙ୍କ ଗୀତକୁ ପ୍ରଶଂସା କରିବା ସହ ତାଙ୍କର ଷ୍ଟୁଡ଼ିଓ ଥିବାରୁ ସେ ଗୀତ ପ୍ରମୋଟ୍ କରିବେ ବୋଲି କହିଥିଲେ । ଅଙ୍କିତକୁ ଏଭଳି ସୁଯୋଗ ମଳିଥିବାରୁ ସେ ଆଶ୍ଚର୍ଯ୍ୟ ହୋଇ ତୁରନ୍ତ ହଁ ମାରି ଦେଇଥିଲେ । ଗତ ବର୍ଷ ନଭେମ୍ବର ୧ତାରିଖରେ ଅଙ୍କିତ ପୁରୀରେ ଥିବା ଯୁବତୀଙ୍କ ଘରକୁ ଯାଇ ତାଙ୍କ ଷ୍ଟୁଡ଼ିଓରେ ଗୀତ ଗାଇଥିଲେ । ଗୀତକୁ ଶୁଣି ଭାଗ୍ୟଶ୍ରୀ ଭୂରି ଭୂରି ପ୍ରଶଂସା କରିଥିଲେ । କିନ୍ତୁ ଯୁବତୀଙ୍କ ଚାଲକୁ ଅଙ୍କିତ ବୁଝି ପାରିନଥିଲେ । ଗୀତ ପ୍ରମୋଟ ପାଇଁ ଏକ ଏଗ୍ରୀମେଣ୍ଟ କରିବାକୁ ପଡ଼ିବ ବୋଲି ଭାଗ୍ୟଶ୍ରୀ କହିଥିଲେ । ତାଙ୍କ କଥାକୁ ବିଶ୍ୱାସ କରି ଅଙ୍କିତ ରାଜି ହୋଇଯାଇଥିଲେ । ଗତ ମାର୍ଚ୍ଚ ୯ ତାରିଖରେ ଚଞ୍ଚକତା କରି ଯୁବତୀ ଜଣଙ୍କ ଏକାଧିକ କାଗଜରେ ଅଙ୍କିତଙ୍କ ଦସ୍ତଖତ କରି ନେଇଥିଲେ । ସବୁଠୁ ବଡ଼ କଥା ହେଲା ଏଗ୍ରିମେଣ୍ଟ କରିବା ପାଇଁ ଅଙ୍କିତଙ୍କୁ ଯୁବତୀ ଗତ ମାର୍ଚ୍ଚ ୧୧ ତାରିଖରେ ଭୁବନେଶ୍ୱର କୋର୍ଟକୁ ଡାକିଥିଲେ । ସେଠାରେ ଯୁବତୀ କିଛି କାଗଜରେ ଅଙ୍କିତଙ୍କ ଦସ୍ତଖତ କରି ନେଇଥିଲେ । ଏହାର କିଛି ଦିନ ପରେ ଯୁବତୀ ଜଣଙ୍କ ଅଙ୍କିତଙ୍କୁ ତାଙ୍କ ଘରକୁ ନେବାକୁ କହିଥିଲେ । ଅଙ୍କିତ ଏଭଳି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କୁ ବିବାହ କରିଥିବା ଭାଗ୍ୟଶ୍ରୀ କହିଥିଲେ । ଏହା ଶୁଣିବା ପରେ ଅଙ୍କିତ ଚକିତ ହୋଇଯାଇଥିଲେ । ସେ ତାର ପରିବାର ସହ ସବ୍ ରେଜିଷ୍ଟାର ଅଫିସକୁ ଯାଇ ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ଚଞ୍ଚକତା କରି ଭାଗ୍ୟଶ୍ରୀ ବିବାହ କରିଥିବା ଜାଣିବାକୁ ପାଇଥିଲେ । ବିବାହ ନୋଟିସ ଫର୍ମ, ବ୍ୟାଙ୍କ୍ ଷ୍ଟାମ୍ପ ପେପର ଉପରେ ଚଞ୍ଚକତା କରି ଦସ୍ତଖତ କରି ନେଇଛନ୍ତି । ଅଙ୍କିତ କହିଛନ୍ତି ଯେ, ସେ ବାଙ୍ଗଲୋରରେ ୨୦୨୦ରୁ ରହୁଥିବାରୁ ବେଳେ ଘରକୁ ଆସିଲେ ପୁରୀରେ ରୁହନ୍ତି । କିନ୍ତୁ ସେ କେବେ ଭୁୂବନେଶ୍ୱରରେ ଭଡ଼ାରେ ରହିନାହାନ୍ତି । କିନ୍ତୁ ଯୁବତୀ ଜଣଙ୍କ ଜାଲ କାଗଜପତ୍ର କରି ଅଙ୍କିତ ଭୁବନେଶ୍ୱରରେ ଭଡ଼ାରେ ରହୁଥିବା ଦର୍ଶାଇ ବିବାହ କରିଛନ୍ତି । ଅଙ୍କିତ ଏହାକୁ କ୍ୟାନ୍‌ସଲ କରିବାକୁ କହିଲେ ମଧ୍ୟ ଯୁବତୀ ଜଣଙ୍କ ତାଙ୍କୁ ହତ୍ୟା ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *