ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍ ଅବଧି

ଭୁବନେଶ୍ୱର:- ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍ ଅବଧି। ଜୁନ୍ ୧ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ୍‌ ବଢ଼ାଇ ଦେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିବାରୁ ମେ’ ୫ରୁ ସରକାର ପୂରା ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଏହା ଆସନ୍ତାକାଲି ସରିବାକୁ ଥିବା ବେଳେ ଆଜି ଜୁନ୍ ପହିଲା ଯାଏ ଏହାକୁ ବଢ଼ାଇ ଦିଆଯାଇଛି।

ଏବେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହୁଛି। ଏହା ମଧ୍ୟରେ ଦୈନିକ ସଂକ୍ରମଣ ୧୧ ହଜାର ଓ ୧୨ ହଜାର ବି ଅତିକ୍ରମ କରିଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୩୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆହୁରି ୨୨ ଜଣଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *