ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ମାଫିଆ ସହ ୩ ସହଯୋଗୀ ଗିରଫ

ଜଳେଶ୍ୱର :-ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ ଦ୍ୱାରା ଏହି ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ଜଣେ ବ୍ରାଉନ୍‌ସୁଗାର ମାଫିଆ ସହ ତାର ୩ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଦୀର୍ଘ ଦିନ ହେଲା ଏମାନେ ଚୋରାରେ ବ୍ରାଉନ୍‌ସୁଗାର ବେପାର କରୁଥିଲା । ଯାହାର ସୁରାକ ପୋଲିସ ପାଇଥିଲା । ଏହା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଏହି ଚୋରା କାରବାର ଉପରେ ନଜର ରଖିଥିଲା । ଏହି ପରିପେକ୍ଷୀରେ ଜଳେଶ୍ୱର ପୋଲିସ ଆଜି ଅତର୍କିତ ଭାବେ ଚଢାଉ କରିଥିଲା । ଚଢାଉରେ ଲକ୍ଷାଧିକ ଟଙ୍କାବର ବ୍ରାଇନ୍‌ସୁଗାର ଜବତ କରିଛି । ଏହାସହିତ ବ୍ରାଉନ୍‌ ସୁଗାର ମାଫିଅ ପୁଷୁ ସହିତ ତାର ୩ଜଣ ସହଯୋଗୀଙ୍କୁ ଗିରଫ କରିଛି ଜଳେଶ୍ୱର ଥାନା ପୋଲିସ । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ ଜାରି ରକିଛି ପୋଲିସ ।

Leave a Reply

Your email address will not be published. Required fields are marked *