ଅମାନିଆଙ୍କ ହାତରେ ଫେକ୍ ଆଇକାର୍ଡ: ଜଣଙ୍କୁ ଗିରଫ କଲା ପୁଲିସ,ସାମ୍ବାଦିକ ଆଇକାର୍ଡର ବେଶି ଡିମାଣ୍ଡ

ଭୁବନେଶ୍ୱର:- ରାଜଧାନୀରେ କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ପୁଲିସ ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ଘୋଷଣା କରିଛି । ଏହ ସମୟରେ କେବଳ ଜରୁରୀ ସେବା ଯୋଗାଉଥିବା ଘରୋଇ ସଂସ୍ଥାର କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । କିନ୍ତୁ ଏହାର ଫାଇଦା ନେଉଛନ୍ତି ଅମାନିଆ । ସେମାନେ ନକଲି ଆଇକାର୍ଡ ପ୍ରସ୍ତୁତ କରି ପୁଲିସକୁ ଚକ୍‌ମା ଦେଇ ସହର ବୁଲୁଛନ୍ତି । ଏହିଭଳି ଫେକ୍ ପରିଚୟପତ୍ର ପ୍ରସ୍ତୁତ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ଉକ୍ତ ଯ୍ରୁବକଙ୍କ ନିକଟରୁ ପୁଲିସ ଏକାଧିକ ଫେକ୍ ଆଇକାର୍ଡ ଜବତ କରିଛି । ଏଥିରେ ବିଭିନ୍ନ ଘରୋଇ ସଂସ୍ଥାର ଲୋଗ ରହିଥିବା ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଲା ସାମ୍ବାଦିକ ପତ୍ରଚୟପତ୍ର ମଧ୍ୟ ଉକ୍ତ ବ୍ୟକ୍ତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ହେଲେ ଡମଣା ଛକ ନିକଟରେ ଥିବା ଜଗନ୍ନାଥ ପ୍ରିଣ୍ଟର ଦୋକାନୀ ସୁକାନ୍ତ ନାଥ ।
ଗତ କିଛି ଦିନ ହେବ ଚନ୍ଦ୍ରଖେଶପୁର ଥାନା ଅଞ୍ଚଳରେ ଲୋକେ ନୂଆ ଆଇକାର୍ଡ ଦେଖାଇ ଯାତାୟତ କରୁଥିଲେ । ହଠାତ୍ ଏଭଳି ସମୟରେ ଲୋକେ ନୂଆ ଆଇକାର୍ଡ ଆଣିଲେ କେଉଁର୍ଠୁ ବୋଲି ସନ୍ଦେହ ହୋଇଥିଲା । ତେଣୁ ଏହି ନୂଆ ଆଇକାର୍ଡ ପଛରେ ଏକ ରାକେଟ କାମ କରୁଥିବା ପୁଲିସ ଜାଣିବାକୁ ପାଇଥିଲା । ତେଣୁ ପୁଲିସ ତାର ଖବରୀ ମାଧ୍ୟମରେ ପ୍ରସ୍ତୁତ କରୁଥିବା ସୁକାନ୍ତଙ୍କ ବିଷୟରେ ଜାଣିବାକୁ ପାଇଥିଲା । ମଙ୍ଗଳବାର ସକାଳେ ସୁକାନ୍ତ ଦୋକାନ ଖୋଲିଥବା ବେଳେ ପୁଲିସ ଚଢଉ କରି ତାଙ୍କୁ ଗିରଫ କରିଛି ।
ବିଶେଷ କରି ନକଲି ସାମ୍ବାଦିକ ଆଇକାର୍ଡର ଅଧିକ ଡିମାଣ୍ଡ ରହିଛି । ସାମ୍ବାଦିକ କାର୍ଡକୁ ଦୋକାନୀ ୫ଶହ ଟଙ୍କାରେ ବିକ୍ରି କରୁଥିଲେ । ଅନ୍ୟ କାର୍ଡ ଗୁଡିକ ୩ଶହ ଟଙ୍କାରେ ବିକ୍ରି କରାଯାଉଛି । ତେଣୁ ଏଭଳି ସମୟରେ ନକଲି କାର୍ଡ ପ୍ରସ୍ତୁତ କରିବା ପୁଲିସ ପାଇଁ ଚିନ୍ତା ବଢି ଯାଇଛି । ତେଣୁ ଆଗାମୀ ଦିନରେ ପୁଲିସ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *