କୋଭିଡ଼ ମାଡ଼ରେ ମାଓବାଦୀ ଧରାଶାୟୀ,ରାଜ୍ୟରେ ୧୫୦ରୁ ଉର୍ଦ୍ଧ୍ୱ ମାଓବାଦୀ କୋଭିଡ଼ ଆକ୍ରାନ୍ତ

ଭୁବନେଶ୍ୱର :- କୋଭିଡ଼ର ଦ୍ୱିତୀୟ ଲହରିରେ କେବଳ ସାଧାରଣ ଜନତା ନୁହେଁ, ଜଙ୍ଗଲରେ ରହୁଥିବା ମାଓବାଦୀ ମଧ୍ୟ କୋଭିଡ଼ରେ ଆକ୍ରାନ୍ତ ହେଲେଣି । ଛତିଶଗଡ଼ରେ ପୁଲିସ ଅପରେସନ୍ ବେଳେ ଏହି କଥା ପଦାକୁ ଆସିଛି । ଛତିଶଗଡ଼ରେ ୧୦୦ରୁ ଉର୍ଦ୍ଧ୍ୱ ମାଓବାଦୀ କୋଭିଡ଼ ଆକ୍ରାନ୍ତ ହେବା ସହ ୧୦ ଜଣ ମାଓବାଦୀ କୋଭିଡ଼ରେ ମୃତ୍ୟୁ ଘଟିଛି । ତେଣୁ କୋଭିଡ଼ ପାଇଁ ମାଓକ୍ୟାମ୍ପରେ ଭାଳେଣି ପଡ଼ିଛି । ତେଣୁ ଅନେକ ମାଓବାଦୀ କ୍ୟାମ୍ପ ଛାଡ଼ି ଅନ୍ୟତ୍ର ପଳାଇଗଲେଣି । ତେଣୁ ଛତିଶଗଡ଼ରେ କୋଭିଡ଼ ଆକ୍ରାନ୍ତ ହୋଇଥିବା କେତେକ ମାଓ କ୍ୟାଡର ଛତିଶଗଡ଼ସୀମା ଦେଇ ଓଡ଼ିଶା ଭିତରକୁ ପଳାଇ ଆସିଥିବା ସୂଚନା ମିଳିଛି । ତେଣୁ ସେମାନେ ଓଡ଼ିଶାରେ ଥିବା ଅନ୍ୟ ମାଓବାଦୀ ସଦସ୍ୟଙ୍କ ସହ ମିଶି ସେମାନଙ୍କୁ ଆକ୍ରାନ୍ତ କଲେଣି । ତେଣୁ ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ଥିବା ୧୫୦ ଜଣ ମାଓବାଦୀ କୋଭିଡ଼ ଆକ୍ରାନ୍ତ ହୋଇଛନ୍ତି । ସେମାନେ ଚିକିତ୍ସା ପାଇଁ ମେଡ଼ିକାଲ ଆସୁନଥିବା ବେଳେ କେବଳ ପାରାସିଟାମଲ୍ ମେଡ଼ିସିନ୍ ଖାଇ ରହୁଥିବା ଜଣାପଡ଼ିଛି । ତେଣୁ ଓଡ଼ିଶାରେ ଏହି ମାଓବାଦୀ କୋଭିଡ଼ ଆକ୍ରାନ୍ତ ହେବା ଦ୍ୱାରା ସେମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି । ନା ସେମାନଙ୍କୁ ଅକ୍ସିମିଟର ମିଳୁନା ନା ଅକ୍ସିଜେନ ସିଲିଣ୍ଡର । ତେଣୁ ସେମାନେ ଏକ ପ୍ରକାର ମରଣ ସହ ସଂଘର୍ଷ କରୁଛନ୍ତି । କିଭଳି ଏହି କୋଭିଡ଼ ମହାମାରିରୁ ବର୍ତ୍ତିରେ ସେଥିଲାଗି ମାଓବାଦୀ ମୁଖ୍ୟଆଙ୍କ ଚିନ୍ତା ବଢି ଯାଇଛି । ସବୁଠୁ ବଡ଼ କଥା ହେଲା ସେମାନଙ୍କୁ ଜର ଔଷଧ ମିିଳିବା କଷ୍ଟକର ହୋଇପଡ଼ିଛି । ସ୍ଥାନୀୟ ଲୋକଙ୍କୁ ଧମକାଇ ସେମାନେ ଦୋକାନରୁ ଔଷଧ ଆଣୁଛନ୍ତି । କନ୍ତୁ ଲକ୍‌ଡାଉନ୍ ସମୟରେ ପୁଲିସର କଡା ପ୍ରହରା ଥିବାରୁ ମାଓବାଦୀମାନେ ମେଡିସିନ୍ ଆଣିବା ଏକ ପ୍ରକାର କାଠିକର ପାଠ ହୋଇଯାଇଛି । ସେମାନେ ସ୍ୱାଭିମାନ ଅଞ୍ଚଳରେ କିଛି ଅଘଟଣ ଘଟାଇବେ କଣ ନିଜ ଜୀବନକୁ ବଞ୍ଚାଇବା ପାଇଁ ମାଓ କ୍ୟାମ୍ପ ଛାଡ଼ି ନିଜ ଗ୍ରାମକୁ ଚାଲି ଯାଇଥିବା ସୂଚନା ମିଳିଛି ।
ଅନ୍ୟପଟରେ ମାଓବାଦୀମାନେ ବଞ୍ଚିବା ପାଇଁ ଟୀକା କରଣ କେନ୍ଦ୍ରରେ ଲୁଟପାଟ କରିବା ପାଇଁ ବଡ ଧରଣର ଯୋଜନା କରୁଥିବା ପୁଲିସ ସନ୍ଦେହ କରୁଛି । ତେଣୁ ଏହା ପୂର୍ବରୁ ସ୍ୱାଭିମାନ ଅଞ୍ଚଳରେ ଟୀକାକେନ୍ଦ୍ରରେ ପୁଲିସର କଡ଼ା ପ୍ରହରା ରହିଥିବା ଜଣାପଡ଼ିଛି । ନିୟମିତଭାବେ ପୁଲିସ ଟୀକାକରଣ କେନ୍ଦ୍ର ଏବଂ ଏହାର ଆଖପାଖରେ ପଇଁତରା ମାରୁଛି ।
ଅନ୍ୟପଟରେ ଦେଖିବାକୁ ଗଲେ କୋଭିଡ଼ ମାଡ଼ରେ ମାଓବାଦୀ ଦୁର୍ଗ ଏକ ପ୍ରକାର ଭୁଶୁଡ଼ି ପଡ଼ିଛି । ମୁଖ୍ୟ କଥା ହେଲା ସେମାନଙ୍କ ନିକଟକୁ ବିଭିନ୍ନ ସ୍ରୋତରୁ ଆସୁଥିବ ଅର୍ଥ ଏବେ ବନ୍ଦ ହୋଇଯାଇଛି । କାରଣ ଲକ୍‌ଡାଉନ୍ ଯୋଗୁ ଅନେକ ଠିକା କାମ ବନ୍ଦ ରହିଛି । ତେଣୁ ଅନେକ ଠିକାଦାର ଏବଂ ଶଳ୍ପପତିଙ୍କ ଠାରୁ ଦାଦାବଟି ଆସୁନାହିଁ । ଅର୍ଥ ଯୋଜଗାର କରିବାର ସେମାନଙ୍କର ମୁଖ୍ୟ ଉତ୍ସ ହେଉଛି ଗଞ୍ଜେଇ ଚାଷ । ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ ଫଳରେ ଗଞ୍ଜେଇ ଚାଲାଣ ଏବେ ବନ୍ଦ ହୋଇଯାଇଛି । ଯାହା କାଁ ଭାଁ ଚାଲୁଥିଲା ଲକ୍‌ଡାଉନ୍ ଯୋଗୁ ଗାଡ଼ି ମଟର ଯାତାୟତ ଉପରେ କଟକଣା ଥିବାରୁ ଆଉ ଚାଲାଣ କରି ହେଉନାହିଁ । ତେଣୁ କହିବାକୁ ଗଲେ ମାଓବାଦୀଙ୍କ ନିକଟରେ ଏବେ ଖାଇବାକୁ ଅର୍ଥ ନଥିବା କୁହାଯାଉଛି ।
ମାଓବାଦୀ ଗଡ଼ ଓଡ଼ିଶାରେ ଭୁଶୁଡ଼ଇ ପଡିଥିବାରୁ ସେମାନେ ଏହାକୁ ଆଗାମି ଦିନରେ ସୁଦୁଢ କରିବାକୁ ଲାଗିବେ । ତେଣୁ ମୁଖ୍ୟତଃ ଜୁନ୍ ମାସରେ ସେମାନେ ସଭ୍ୟ ସଂଗ୍ରହ କରନ୍ତି । ତେଣୁ କୋଭିଡ ପାଇଁ ସବୁ ବନ୍ଦ ରହିଥିବାରୁ ଏହି ମାସରେ ସେମାନଙ୍କ ପାଇଁ କଠିନ ହେବ । କାରଣ ପୁଲିସ ଯଦି ଏହି ମାସରେ କଟକଣା ବଢାଇ ଦିଏ ତେବେ ସଭ୍ୟ ସଂଗ୍ରହରେ ସେମାନଙ୍କ ପାଇଁ ବାଧକ ସାଜିବ । ଏହାସହ ଲକ୍‌ଡାଉନ୍ ଯଦି ଆଗାମୀ ଦିନରେ ବଢିବ ତେବେ ସେମାନେ ସଭ୍ୟ ସଂଗ୍ରହ କରିବାରେ ସମସ୍ୟା ସୃଷ୍ଟି ହେବ । ତେଣୁ କିଭଳି ସଭ୍ୟ ସଂଗ୍ରହ କରାଯିବ ସେନେଇ ମଧ୍ୟ ମାଓବାଦୀମାନେ ଚିନ୍ତା କରୁଛନ୍ତି । ଏଥିସହ କୋଭିଡ଼ ପାଇଁ ମାଓ ଅଧିଶୁତ ଅଞ୍ଚଳରେ ଅନେକ ଯୁବକ ଚାକିରି ହରାଇ ବେକାର ହୋଇ ଘରେ ବସିଛନ୍ତି । ତେଣୁ ଲକ୍‌ଡାଉନ୍ ପରେ ମାଓବାଦୀ ସେମାନଙ୍କୁ ସଂଗଠନରେ ସାମିଲ କରିବା ପାଇଁ ଚେଷ୍ଟା କରିପାରନ୍ତି ।ଏହାକୁ ରୋକିବା ପାଇଁ ପୁଲିସ ପଦେକ୍ଷପ ନେବା ପାଇଁ ଅନେକ ବିଶେଷଜ୍ଞ ମତ ଦେଇଛନ୍ତି । ମାଓବାଦୀ ସଂଗଠନକୁ ଓଡ଼ିଶାରେ ଦୁର୍ବଳ କରିବା ପାଇଁ କୋଭିଡ଼ ସମୟ ହେଉଛି ପୁଲିସ ପାଇଁ ଉପଯୁକ୍ତ ସମୟ । ତେଣୁ ସେମାନେ ଏଥିରୁ ବର୍ତ୍ତି ପୁଣି ସଂଗଠନ ସୁଦୁଢ କରିବା ପୂର୍ବରୁ ପୁଲିସ ଦୁଢ କାର୍ଯ୍ୟାନୁଷ୍ଠାନ ନେଲେ ସେମାନେ ଦୁର୍ବଳ ହୋଇ ପଡ଼ିବେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *