ରୋଷେଇ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ୮ଜଣ ଗୁରୁତର

ଭୁବନେଶ୍ୱର:- ଖଣ୍ଡଗିରି ଥାନା ପାତ୍ରପଡ଼ାରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ହୋଇ ଦୁଇଟି ପରିବାରର ୮ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ସେଠାରେ ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ ପବିତ୍ର ସ୍ୱାଇଁ, ପ୍ଲାବନ୍ କୁମାର ରାୟ, ଗୋବିନ୍ଦ ଜେନା, ବାସନ୍ତି ଜେନା, କାନନ ବାଲା ଦାସ, ମଞ୍ଜୁଲତା ଜେନା, ନଳିନୀ ବାରିକ ଏବଂ ବିଷ୍ଣୁପ୍ରିୟା ମଙ୍ଗରାଜ । ବିସ୍ଫୋରଣ ଏତେ ପ୍ରଚଣ୍ଡ ହୋଇଥିଲା ଯେ ଘରର ଝରକା ଏବଂ କବାଟକୁ ଭାଙ୍ଗି ଦେଇଛି । ଖବର ପାଇ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଛାନ୍‌ଭିନ୍ କରୁଛନ୍ତି ।
ମିଳିଥିାବ ସୂଚନା ଅନୁସାରେ, ପାତ୍ରପଡ଼ା ମେଲଣ ପଡ଼ିଆ ନିକଟରେ ପବିତ୍ର ସ୍ୱାଇଁଙ୍କ ଘର । ତାଙ୍କ ଘରେ ଗୋବିନ୍ଦଚନ୍ଦ୍ର ଜେନା ଭଡ଼ାକୁ ରହୁଛନ୍ତି । ସବୁଦିନ ଭଳି ଶୁକ୍ରବାର ଦିନ ୧୧.୩୦ ସମୟରେ ଗୋବିନ୍ଦଙ୍କ ସ୍ତ୍ରୀ ରୋଷେଇ କରିବାକୁ ଯାଇଥିଲେ । ସେ ଗ୍ୟାସ୍ ଲଗାଇଥିଲେ ମଧ୍ୟ ଜଳିନଥିଲା । ସେ ଗ୍ୟାସ୍ ଦେଖିବା ପାଇଁ ତାଙ୍କ ସ୍ୱାମୀ ଗୋବିନ୍ଦଚନ୍ଦ୍ରଙ୍କୁ ଡାକିଥିଲେ । ଗୋବିନ୍ଦଚନ୍ଦ୍ର ଗ୍ୟାସ୍ ସଜାଡିବା ପରେ ଏହାର ପାଇପ୍‌ରୁ ଗ୍ୟାସ୍ ଲିଙ୍କ୍ ହୋଇଯାଇଥିଲା । ସେ ଜାଣି ନପାରି ଗ୍ୟାସ୍ ଜଳୁଛି କି ନାହିଁ ଜାଣିବା ପାଇଁ ଲାଇଟ୍ ଲଗାଇଥିଲେ ।ଏହି ସମୟରେ ହଠାତ୍ ଗ୍ୟାସ୍‌ରେ ନିଆଁ ଲାଗିଯିବାରୁ ଏହା ବିସ୍ଫୋରଣ ହୋଇଥିଲା ।

Leave a Reply

Your email address will not be published. Required fields are marked *