ରେଲିଂ କାଟି ଫେରାର୍‌ ହୋଇଗଲେ ୧୩ କଏଦୀ, ସମସ୍ତେ କରୋନା ପଜିଟିଭ୍‌

ରେୱାଡ଼ି,:-ହରିୟାଣାର ଏକ ଜିଲ୍ଲାରେ ୧୩ ଜଣ ଦୁର୍ଦ୍ଦାନ୍ତ କଏଦୀ ଫାରାର ହୋଇଯାଇଥିବା ମାମଲା ଏବେ ସାମ୍ନାକୁ ଆସିଛି । ଫେରାର ସମସ୍ତ କଏଦୀ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି । ସେମାନେ ଝରକାରେ ଲାଗିଥିବା ରେଲିଂକୁ କାଟି ସେଠାରୁ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଏହି କଏଦୀ ମାନଙ୍କୁ ହରିୟାଣାର ରେୱାଡ଼ି ଜିଲ୍ଲାରେ ରଖାଯାଇଥିଲା । କିଛିଦିନ ପୂର୍ବରୁ କରୋନାରେ ସଂକ୍ରମିତ କଏଦୀଙ୍କୁ ରେୱାଡ଼ି ଜିଲ୍ଲାରେ ରଖାଯିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା । ଏହି ସେଲ୍‌ରେ କଏଦୀଙ୍କୁ ରଖାଯିବା ସହିତ ସେମାନଙ୍କର ଚିକିତ୍ସା କରାଯାଉଥିଲା । ହେଲେ ସେଠାରୁ ସେମାନେ ଖସି ପଳାଇଛନ୍ତି ।

ପୋଲିସ୍‌ ସୂଚନା ଅନୁସାରେ, ଫେରାର କଏଦୀମାନେ ଜଣେ ଜଣେ ଦୁର୍ଦ୍ଦାନ୍ତ ଏବଂ ଗୁରୁତର ଅପରାଧରେ ସଜା କାଟୁଥିଲେ । ଏମାନେ ସମସ୍ତେ ହତ୍ୟା, ବଳତ୍କାର, ଅପହରଣ ଭଳି ଗମ୍ଭୀର ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ହରିୟାଣା ପୋଲିସ୍‌ ଏନେଇ ତତ୍ପର ହୋଇପଡ଼ିଛି । ୪ଟି ଟିମ୍‌ ଗଠନ କରି ପୋଲିସ୍‌ ସେମାନଙ୍କୁ ଖୋଜୁଛି । ଫେରାର୍‌ କଏଦୀଙ୍କ ମଧ୍ୟରୁ ୪ ଜଣ ରେୱାଡ଼ି ଏବଂ ୯ ଜଣ ମହେନ୍ଦ୍ର ଗଡ଼ ଜିଲ୍ଲାର ହୋଇଥିବା ଜଣା  ପଡ଼ିଛି । ଏହି ସମସ୍ତ କଏଦୀ ଦିଲ୍ଲୀ ରୋଡ୍‌ ସ୍ଥିତ କରୋନା ଜେଲ୍‌ରୁ ଫେରାର୍‌ ହୋଇଯାଇଥିବା ବେଳେ ଏଠାରେ ପାଖାପାଖି ୪୫୦ ଜଣ ସଂକ୍ରମିତ କଏଦୀଙ୍କୁ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *