କୋଭିଡ୍ ଡ୍ୟୁଟିରେ ନିୟୋଜିତ ହେବେ ଡାକ୍ତରୀ ଛାତ୍ର, ହୋମିଓପ୍ୟାଥି ଓ ଆୟୁଷ ଡାକ୍ତର

ଭୁବନେଶ୍ୱର:-ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦ହଜାର ଛୁଇଁଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଏବେ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। କୋଭିଡ୍‌-୧୯ ମହାମାରୀର ସଫଳ ମୁକାବିଲା ପାଇଁ ଡାକ୍ତରୀ ଛାତ୍ରଙ୍କ ସମେତ ହୋମିଓପ୍ୟାଥି ଓ ଆୟୁଷ ଡାକ୍ତରମାନଙ୍କୁ କୋଭିଡ୍ ଚିକିତ୍ସାରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏନେଇ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଓଡ଼ିଶା ହୋମିଓପ୍ୟାଥି ମେଡିକାଲ ସର୍ଭିସ କ୍ୟାଡ଼ର(ଓଏଚଏମଏସ), ଓଡ଼ିଶା ମେଡିକାଲ ଏଜୁକେସନ୍ ସର୍ଭିସ(ଓଏମଇଏସ) କ୍ୟାଡ଼ର, ଆୟୁଷ, ଦନ୍ତ ସର୍ଜନ, ସମସ୍ତ ପିଜି ଡାକ୍ତର, ପୋଷ୍ଟ ପିଜି ଡାକ୍ତର, ଇଣ୍ଟର୍ଣ୍ଣସ୍ , ସମସ୍ତ ଶେଷବର୍ଷର ଛାତ୍ରଛାତ୍ରୀ ସମେତ ନର୍ସିଂ ଓ ପାରାମେଡିକାଲ କର୍ମଚାରୀମାନଙ୍କୁ ଅସ୍ଥାୟୀ ଭାବେ ରାଜ୍ୟ ପୁଲ୍‌କୁ ଆଣିଛନ୍ତି। କୋଭିଡ୍‌-୧୯ ମହାମାରୀର ସଫଳ ମୁକାବିଲା ଓ ପରିଚାଳନା ନିମନ୍ତେ ଆବଶ୍ୟକତା ଅନୁସାରେ ଏହି ଡାକ୍ତରୀ ଛାତ୍ର ଓ ଡାକ୍ତରମାନଙ୍କୁ ନିୟୋଜିତ କରିବେ। ଏହି ନିର୍ଦ୍ଦେଶନାମା ତତ୍କାଳ ପ୍ରଭାବରୁ କାର୍ଯ୍ୟକ୍ଷମ ହେଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *