ତହସିଲଦାରଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗାଁ ଲୋକେ

ମୋହନା:-ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଛେଳିଗଡରେ ଘଟିଛି ଅଭାବନୀୟ ଘଟଣା । ସ୍ଥାନୀୟ ଖ୍ରୀଷ୍ଟିଆନ ସାହିରେ ଭୋଜି ଭାତ ସହ ବାହାଘର ପ୍ରସେସନ ଚାଲିଥିବା ବେଳେ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀଙ୍କ ସହ ପୋଲିସ ଉପରେ ଆକ୍ରମଣ କଲେ ସ୍ଥାନୀୟ ଲୋକେ । ଏଥିରେ ତହସିଲଦାର ଓ ଥାନା ସବଇନ୍ସପେକ୍ଟର ମୁକେଶ ଲାକ୍ରା ଗୁରୁତର ଆହତ ହୋଇଛନ୍ତି ।

ବାହାଘର ପ୍ରସେସନ ଚାଲିଥିବା ଖବର ପାଇ ସନ୍ଧ୍ୟା ସମୟରେ ତହସିଲଦାରଙ୍କ ସହ ପୋଲିସ ବାହିନୀ ଛେଳିଗଡ ଗାଁକୁ ଯାଇଥିଲେ । ତେବେ ଲୋକଙ୍କୁ ବୁଝା ସୁଝା କରୁଥିବା ବେଳେ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଲୋକେ । ଗୁରୁତର ହୋଇଥିବା ତହସିଲଦାର ଓ ପୋଲିସ ଅଧିକାରୀଙ୍କୁ ଚିକିତ୍ସା ପାଇଁ ଆର, ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *