ଲାଗିଲା କଟକଣା, ବାହାଘରରେ କେଉଁ ୫୦ ଜଣ ରହିବେ ତାଲିକା ଦେବା ଜରୁରୀ

ଭୁବନେଶ୍ୱର:-କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ  ରାଜ୍ୟ ସରକାରଙ୍କ  ପକ୍ଷରୁ ବିବାହ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଏହାସହିତ ବିବାହ ଉତ୍ସବରେ ସର୍ବାଧିକ ୫୦ଜଣ ଓ ଅନ୍ତେଷ୍ଟିରେ ସର୍ବାଧିକ ୨୦ଜଣଙ୍କୁ ଅନୁମତି ମିଳିବ।  ବାହାଘରରେ ବରଯାତ୍ରୀ ଶୋଭାଯାତ୍ରା ସଂପୂର୍ଣ୍ଣ ଭାବେ ମନା କରାଯାଇଛି। ସେହିପରି ବାହାଘର ପାଇଁ ୫୦ ଜଣଙ୍କ ତାଲିକା ଦେବେ ଆୟୋଜକ। ସ୍ଥାନୀୟ ଅଧିକାରୀଙ୍କୁ ୨୪ ଘଣ୍ଟା ପୂର୍ବରୁ ତାଲିକା ଦେବା ଜରୁରୀ।ଉତ୍ସବ ସ୍ଥଳରେ ୫୦ ଜଣଙ୍କ ତାଲିକା ଲଗାଇବେ ଆୟୋଜକ। ବିବାହରେ ବରକନ୍ୟା, ବନ୍ଧୁବାନ୍ଧବ, ସମ୍ପର୍କୀୟ, ପୂଜାରୀ, ରୋଷେୟା ଓ ଅତିଥିଙ୍କୁ ମିଶାଇ ମୋଟ ୫୦ଜଣ ରହିପାରିବେ। କୌଣସି ପରିସ୍ଥିତିରେ ବି ଏହି ସଂଖ୍ୟାରୁ ଅଧିକ ଲୋକ ବିବାହ ଉତ୍ସବରେ ହେବେ ନାହିଁ । ସେହିପରି ଶୁଦ୍ଧି କାଯର୍ୟରେ ସର୍ବାଧିକ ୨୦ ଜଣଙ୍କୁ ମିଳିବ ଅନୁମତି। ଅନ୍ତେଷ୍ଟିରେ ପରିବାର ସଦସ୍ୟ,ବନ୍ଧୁବାନ୍ଧବ, ପୂଜାରୀ ଆଦିଙ୍କୁ ମିଶାଇ ସର୍ବାଧିକ ୨୦ଜଣରୁ ଅଧିକ ହେବେ ନାହିଁ।ସୂଚନା ଅନୁଯାୟୀ, ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଲାଗୁ କରିଥିବା ରାଜ୍ୟ ସରକାର ଆସନ୍ତା ୨୪ତାରିଖରୁ ରାଜ୍ୟର ସମସ୍ତ ସହରାଂଚଳରେ ସାପ୍ତାହିକ ଶଟଡାଉନ୍ ଘୋଷଣା କରିଛନ୍ତି। ପୂର୍ବରୁ ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲାର ସହରାଂଚଳରେ  ସାପ୍ତାହିକ ଶଟଡାଉନ୍ ଲାଗୁ ହୋଇଥିଲା।

Leave a Reply

Your email address will not be published. Required fields are marked *