ମମତାଙ୍କ ପ୍ରଚାର ଉପରେ ଲାଗିଲା ବ୍ୟାନ୍, ଆସନ୍ତାକାଲି ସନ୍ଧ୍ୟା ୮ଟା ଯାଏଁ କରିପାରିବେନି ପ୍ରଚାର

କୋଲକାତା: :-ମମତାଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ । ୨୪ ଘଣ୍ଟା ପ୍ରଚାର କରିପାରିବେନି ମମତା । ନିର୍ବାଚନ କମିସନ ମମତାଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି  । ସୋମବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନି ମମତା । ମିଳିଥିବା ସୂଚନା ମୁତାବକ ସାମ୍ପ୍ରଦାୟିକ ବୟାନକୁ ନେଇ ନିର୍ବାଚନ କମିସନ ମମତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ଏକ ନିର୍ବାଚନୀ ସଭାରେ ହିନ୍ଦୁ-ମୁସଲିମକୁ ନେଇ ମମତା ବୟାନ ଦେବା ପରେ ନିର୍ବାଚନ କମିସନ ନୋଟିସ ପଠାଇବା ସହ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।ଯାହାଦ୍ୱାରା ଆଗାମୀ ୨୪ ଘଣ୍ଟା ନିର୍ବାଚନ ପ୍ରଚାର କରିପାରିବେନି ମମତା । ଏହାପୂର୍ବରୁ ନିର୍ବାଚନ କମିସନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ ମମତା ବାନାର୍ଜୀ । ଏମସିସି ନାଁ ବଦଳାଇ ମୋଦି କୋର୍ଡ ଅଫ୍ କଣ୍ଡକ୍ଟ ରଖିବାକୁ ନିର୍ବାଚନ କମିସନଙ୍କୁ ଟ୍ୱିଟ୍ କରି ଆକ୍ଷେପ କରିଥିଲେ ମମତା ।ଟିଏମସି ସାଂସଦ ଡେରେକ ଓ ବ୍ରାୟନ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ନିନ୍ଦନୀୟ  । ନିର୍ବାଚନ କମିଶନ ଦେଇଥିବା ନିର୍ଦେଶ ଗ୍ରହଣୀୟ ନୁହେଁ  । ଏହା ଗଣତନ୍ତ୍ର ପାଇଁ କଳାଦିନ ବୋଲି କହିଛନ୍ତି  । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ନିର୍ବାଚନ ଆୟୋଗଙ୍କୁ ଟାର୍ଗଟ କରି କହିଥିଲେ EC ବଦଳରେ ବର୍ତ୍ତମାନ MCC ରଖାଯାଉ  । ଅର୍ଥାତନ ନିର୍ବାଚନ କମିଶନ ନିଜ ନାମ ବଦଳାଇ ମୋଦି କୋଡ ଅଫ କଣ୍ଡକ୍ଟ ରଖିଦିଅନ୍ତୁ ବୋଲି ଟ୍ବିଟ କରି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ପଶ୍ଚିମବଙ୍ଗର କୁଚ ବିହାର ହିଂସା ନେଇ ମଧ୍ୟ ନିର୍ବାଚନ ଜାରି କରିଛନ୍ତି ନିର୍ଦେଶ  । ଉକ୍ତ ସ୍ଥାନକୁ କୈଣସି ନେତା ପ୍ରବେଶ କରିପାରିବେ ନାହିଁ ବୋଲି କହିଛନ୍ତି କମିଶନ  ।

Leave a Reply

Your email address will not be published. Required fields are marked *