ଘରୋଇ ଓ ସରକାରୀ ହସ୍ପିଟାଲ ଲାଗି ଗାଇଡ୍‌ଲାଇନ୍ ଜାରି

ଭୁବନେଶ୍ୱର:-କୋଭିଡ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ଘରୋଇ ଓ ସରକାରୀ ହସ୍ପିଟାଲ ଲାଗି ନିର୍ଦ୍ଦେଶାବଳୀ ଜାରି ହୋଇଛି।  ଜିଲ୍ଲାପାଳ, ମ୍ୟୁନିସ୍ପାଲ କମିଶନରମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ।  ପ୍ରଥମ ପର୍ଯ୍ୟାୟରେ କୋଭିଡ ହସ୍ପିଟାଲ ଭାବେ ବ୍ୟବହୃତ ହେଉଥିବା ହସ୍ପିଟାଲ ଲାଗି SOP ଜାରି ହୋଇଛି । କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି । ଆବଶ୍ୟକ ପଡ଼ିଲେ ଅଧିକ ୫୦ଟି ବେଡ୍ ବୃଦ୍ଧି ଲାଗି କୁହାଯାଇଛି।ସାଧାରଣ ବେଡ୍ ସଂଖ୍ୟାର ୨୦ ପ୍ରତିଶତ ICU  ବେଡ୍ ରହିବ।  ଅତିକମରେ ୫୦ ପ୍ରତିଶତ ICUରେ ରହିବ ଭେଣ୍ଟିଲେଟର ବ୍ୟବସ୍ଥା । ସମସ୍ତ ଘରୋଇ ହସ୍ପିଟାଲରେ ୧୦ ପ୍ରତିଶତ ବେଡ୍ କରୋନା ରୋଗୀଙ୍କ ପାଇଁ ରହିବ।  ହସ୍ପିଟାଲରେ ରହିବେ ଜଣେ ଜଣେ ପ୍ରାଧିକୃତ ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀ।  ADMET ଡାକ୍ତର ଉମାକାନ୍ତ ଶତପଥୀଙ୍କୁ ରାଜ୍ୟସ୍ତରୀୟ ପ୍ରାଧିକୃତ ଅଧିକାରୀ ଦାୟିତ୍ୱ ଦିଆଯାଇଛି । ସେ ଚିକିତ୍ସା ସମ୍ବନ୍ଧିତ ବିଷୟରେ ପରାମର୍ଶ ଦେବେ।

Leave a Reply

Your email address will not be published. Required fields are marked *