ଭୁବନେଶ୍ୱରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଲା

ଭୁବନେଶ୍ୱର;= ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧ କ୍ୱାରେଣ୍ଟିନରେ ଥିବା ବେଳେ ଲୋକାଲ କେସ୍‌ ୮୦ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଦୀଘେ ୫ ମାସ ପରେ ଭୁବନେଶ୍ୱରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଛି।ଆଜି ଚିହ୍ନଟ ହୋଇଥିବା ଲୋକାଲ୍‌ କେସ ଭିତରୁ ବାପୁଜୀ ନଗର, ବରମୁଣ୍ଡା, ଭୀମଟାଙ୍ଗି, ଭୋଇନଗର, ବିଜେପି ନଗର, ଚନ୍ଦ୍ରଶେଖରପୁର, ଫରେଷ୍ଟ ପାର୍କ, ଖଣ୍ଡଗିରି ବରି, ଖାରବେଳନଗର, ହଂସପାଳ, ଗଜପତି ନଗର, ଗାଡ଼କଣ, ପଳାଶୁଣୀ, ଶୈଳଶ୍ରୀ ବିହାର, କପିଳପ୍ରସାଦ, ସୌଭାଗ୍ୟ ନଗର, ଭିଏସ୍‌ଏସ୍‌ ନଗର, ପାହାଳ, ୟୁନିଟ୍‌-୬, ୟୁନିଟ୍‌-୪, ୟୁନିଟ୍‌-୩, ୟୁନିଟ୍‌-୧, ସୂର୍ଯ୍ୟନଗର, ୟୁନିଟ୍‌-୯, ୟୁନିଟ୍‌-୮, ୟୁନିଟ୍‌-୭ ଓ ପଳାସୁଣୀରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ବମିଖାଲରୁ ୨, ଟଙ୍କପାଣି ରୋଡ୍‌ରୁ ୨, ସୁନ୍ଦରପଦାରୁ ୨, ଲକ୍ଷ୍ମୀସାଗରରୁ ୩, ରସୁଲଗଡ଼ରୁ ୭,  ଖଣ୍ଡଗିରିରୁ ୧୨, ନୟାପଲ୍ଲୀରୁ ୫, ଓଲ୍‌ଡ ଟାଉନ୍‌ରୁ ୬, ପଟିଆରୁ ୫, ସହିଦ ନଗରରୁ ୫ ଜଣ ଲେଖାଏଁ ଲୋକାଲ୍‌ କେସ ଅଛନ୍ତି। ଏହାଛଡ଼ା ଆଜି ୩୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *