ସମ୍ବଲପୁର ହୋମିଓପ୍ୟାଥି କଲେଜ ଛାତ୍ରୀ ଯୌନ ନିର୍ଯାତନା

ଭୁବନେଶ୍ୱର:-ସମ୍ବଲପୁରର ମଝିପାଲିସ୍ଥିତ ସରକାରୀ ହୋମିଓପ୍ୟାଥି କଲେଜର ଛାତ୍ରୀମାନଙ୍କୁ ର‌୍ୟାଗିଂ ନାଁରେ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ପରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହି ଯୌନ ନିର୍ଯାତନା ଘଟଣାର ତଦନ୍ତ କରି ୩ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁରର ମଝିପାଲିସ୍ଥିତ ସରକାରୀ ହୋମିଓପ୍ୟାଥି କଲେଜର ୪ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନିଜ ବିଭାଗର ସଚିବଙ୍କୁ ଚିଠି ଲେଖି ଜଣେ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *