ଚୋରି କରିବାକୁ ଆସି ଦୁଇ ନାବାଳିକାଙ୍କୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ!

ଫୁଲବାଣୀ :-ଚୋରି କରିବାକୁ ଯାଇ ଦୁଇ ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲେ। ପରେ ସେମାନଙ୍କୁ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ଆଉ ତା’ପରେ ଗାଁ ଲୋକେ ସେମାନଙ୍କୁ ପିଛା କରି ଜଣେ ଦୁଷ୍କର୍ମକାରୀକୁ ମାରି ଜଙ୍ଗଲରେ ପୋତି ଦେଇଥିଲେ। ଏପରି ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। ଗୁଚ୍ଛାପଡ଼ା ଥାନା ପୁଲିସ ନାବାଳକ ହତ୍ୟା ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ନାବାଳିକା ଦୁଷ୍କର୍ମ ମାମଲାରେ ୩ ଦୁଷ୍କର୍ମକାରୀଙ୍କୁ ଗିରଫ

ଗତ ୨୮ ତାରିଖ ରାତିରେ ଦୁଇ ଜଣ ନାବଳକ ତାଙ୍କର ଦୁଇ ସାଥୀଙ୍କ ସହ ଲଏଣ୍ଡି ଜଣଙ୍କ ଘରେ ଚୋରି କରିବା ପାଇଁ ପଶିଥିଲେ। ସେମାନେ ଚୋରି କରିବା ସହ ଘରେ ଶୋଇଥିବା ଦୁଇ ନାବାଳିକାଙ୍କୁ ଜବରଦସ୍ତ ଉଠାଇ ଆଣିଥିଲେ। ପରେ ନାବାଳିକାମାନଙ୍କୁ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ।

ନାବାଳିକାଙ୍କ ଚିତ୍କାର ଶୁଣି ସାହି ପଡ଼ିଶା ଉଠି ପଡ଼ିଥିଲେ। ପରେ ସେମାନେ ଜଙ୍ଗଲକୁ ଯାଇ ଖୋଜାଖୋଜି କରିଥିଲେ। ତେବେ ଗାଁ ଲୋକଙ୍କୁ ଦେଖି ସେମାନେ ପଳାଇ ଯାଇଥିଲେ। ମାତ୍ର ସେମାନଙ୍କ ଭିତରୁ ଜଣେ ନାବାଳକ ଦୁଷ୍କର୍ମକାରୀ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ସେହି ଜଙ୍ଗଲ ଭିତରେ ବହେ ଛେଚିଥିଲେ। ଫଳରେ ଘଟଣା ସ୍ଥଳରେ ନାବାଳକଙ୍କ ମୃତ୍ୟୁ ଘଟିଥିଲା। ଗାଁ ଲୋକେ ସେହି ଜଙ୍ଗଲରେ ନାବାଳକର ମୃତଦେହକୁ ପୋତି ଦେଇଥିଲେ।

ସେପଟେ ପୁଅ ନିଖୋଜ ନେଇ ଗତ ୩୧ ତାରିଖରେ ପରିବାର ଲୋକେ ଗୁଚ୍ଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ପୁଲିସ ନିଖୋଜ ଥିବା ନାବାଳକଙ୍କ ସାଥୀଙ୍କୁ ଅଟକ ରଖି ଘନଘନ ଜେରା କରିଥିଲା। ତା’ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ଗତକାଲି ପୁଲିସ ଜଙ୍ଗଲରେ ମାଟି ଖୋଳି ମୃତଦେହ ଜବତ କରିଛି। ହତ୍ୟା ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରିଛି। ସେପଟେ ଡକାୟତି ଓ ଦୁଷ୍କର୍ମ ମାମଲାରେ ମୃତ ନାବାଳକଙ୍କ ୩ ସାଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *