ବ୍ୟୋମକେଶ ରାୟ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ଉପାଧିରେ ସମ୍ମାନିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ପାଳନ ହେଉଛି । ସମାବର୍ତ୍ତନ ଉତ୍ସବର ପ୍ରଥମ ଦିବସରେ ୨୦୧୭-୨୦୧୯ ବର୍ଷରେ ପତ୍ୟେକ ବିଭାଗରେ ଉତ୍କର୍ଷତା ଲାଭ କରିଥିବା ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ ସହ ପି.ଏଚ.ଡି ଏବଂ ଡି.ଲିଟ୍‌ ଉପାଧି ପ୍ରଦାନ କରାଯାଇଛି । ଏହି ଅବସରରେ ଚାନ୍ଦବାଲି ବିଧାୟକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ. ବ୍ୟୋମକେଶ ରାୟଙ୍କୁ ରାଜନୀତି ବିଜ୍ଞାନରେ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ଉପାଧିରେ ସମ୍ମାନିତ କରାଯାଇଛି ।

ଏହି ଉପାଧିରେ ବିଭୂଷିତ ହେଲା ପରେ ଡଃ. ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ- ‘ସମଗ୍ର ଭାରତ ବର୍ଷରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ରତା ବଜାୟ ରଖିଥିବା ଅନନ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ଉପାଧିରେ ସମ୍ମାନିତ ହୋଇ ନିଜକୁ ଗୌରାବାନ୍ୱିତ ଅନୁଭବ କରୁଛି ।’

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ନାଇଜର ଅଧକ୍ଷ ପ୍ରଫେସର ସୁଧାକର ପଣ୍ଡା, ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ବସନ୍ତ ମଲ୍ଲିକ, ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ଅଭୟକୁମାର ନାୟକ, ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ- ଡଃ ରାୟ ଓଡ଼ିଶାର ଜଣେ ମେଧାବୀ ଛାତ୍ର ରୁପେ ପରିଚିତ । ରେଭେନ୍ସା ବିଶ୍ୱବିଦ୍ୟାଳରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଜି, ଏମ୍ ଫିଲ୍ ପି.ଏଚ.ଡି ଡିଗ୍ରୀ ଲାଭ କରିଛନ୍ତି ।

Leave a Reply

Your email address will not be published. Required fields are marked *