ମୋବାଇଲ୍‌ ଗେମ୍‌ ନିଶାରେ ପଡ଼ି ନିଜ ଘରେ କଳାକନା ବୁଲାଇଲା ଷଷ୍ଠ ଶ୍ରେଣୀ ଛାତ୍ର

ପାରାଦୀପ:-ମୋବାଇଲ୍‌ ଗେମ୍‌ ନିଶାରେ ପଡ଼ି ନିଜ ଘରେ କଳାକନା ବୁଲାଇଲା ଷଷ୍ଠ ଶ୍ରେଣୀ ଛାତ୍ର। ଦୁଇ ସପ୍ତାହ ମଧ୍ୟରେ ନଗଦ ୧୩ ହଜାର ଟଙ୍କା ସହ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ପଡୋଶୀଙ୍କୁ ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପାରାଦୀପ ଆଦର୍ଶ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଗହଣା, ମୋବାଇଲ ଓ ଲାପ୍‌ଟପ୍‌ ଉଦ୍ଧାର କରିଛି। ମାତ୍ର ଗେମ୍‌ ସମ୍ପର୍କରେ ପୁଲିସ କିଛି କହିନଥିବା ଜଣାପଡ଼ିଛି।

ପାରାଦୀପ ବଡ଼ପଡିଆ ଅଞ୍ଚଳ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଚିଣ୍ଟୁ (ଛଦ୍ମ ନାମ) ସବୁ ବେଳେ ମୋବାଇଲ୍‌ ଗେମ୍‌ ‘ଫ୍ରି ଫାୟାର’ ଖେଳୁଥିଲା। ଯାହାକୁ ତାଙ୍କ ବାପା-ମାଆ ବିରୋଧ କରୁଥିଲେ। ଗେମ୍‌ ମାୟାରେ ବାୟା ହୋଇଥିବା ଚିଣ୍ଟୁ ବାପା-ମାଆଙ୍କୁ ଲୁଚି ପଡ଼ୋଶୀଙ୍କ ଘରକୁ ଚାଲି ଯାଇଥିଲା। ସେଠାରେ ତାଙ୍କ ମୋବାଇଲ୍‌ରେ ଫ୍ରି ଫାୟାର ଗେମ୍‌ ଖେଳୁଥିଲା।

Leave a Reply

Your email address will not be published. Required fields are marked *