କଟକରୁ ଠାବ ହୋଇଛି ସେକ୍ସ ରାକେଟ,ଘର ଭିତରେ ଚାଲିଥିଲା ଦେହ ବେପାର

କଟକ:- ଗୁରୁବାର କଟକରୁ ଠାବ ହୋଇଛି ସେକ୍ସ ରାକେଟ। କମିଶନରେଟ୍‌ ପୁଲିସ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି। ତେବେ ଏଠାରେ କେତେଦିନ ଧରି ଦେହବେପାର ଚାଲିଥିଲା, ପୁଲିସ ତାହା ଉପରେ ତଦନ୍ତ ଚଳାଉଛି।

ରାଣୀହାଟ ଗୋପାଳସାହିର ଏକ ଘରେ ଦେହ ବ୍ୟବସାୟ ଚାଲୁଥିଲା। ଏ ସମ୍ପର୍କରେ ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ ଓ ସ୍ପେସାଲ ସ୍କାଡ୍‌ ଉକ୍ତ ଘରେ ଚଢ଼ଉ କରି ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଗ୍ରାହକଙ୍କୁ ଗିରଫ କରିଛି। ସେଥିରେ ମାଷ୍ଟର ମାଇଣ୍ଡ ତଥା ଘର ମାଲିକ ମିଟୁଆ ଓରଫ ସୁକାନ୍ତ ନାୟକ ଅଛି। ଚଢ଼ଉ ବେଳେ ପୁଲିସ ସେଠାରୁ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି।

ଦେହ ବ୍ୟବସାୟ ଚଳାଇବା ଅଭିଯୋଗରେ ପୂର୍ବରୁ ମିଟୁଆ ଗିରଫ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ଜେଲରୁ ବାହାରିଥିଲା।

ସେପଟେ ବୁଧବାର ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଦେହ ବେପାର ଚାଲିଥିଲା। ଖବର ପାଇ କମିଶନରେଟ୍‌ ପୁଲିସ ଚଢ଼ଉ କରି ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଗ୍ରାହକ ଓ ଜଣେ ମହିଳାଙ୍କୁ ଗିରଫ କରିଥିଲା

Leave a Reply

Your email address will not be published. Required fields are marked *