NITର ୩ ଛାତ୍ରଙ୍କୁ କରୋନା

ରାଉରକେଲା:-ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ଏହି ସଂକ୍ରମିତ ଛାତ୍ରମାନଙ୍କୁ  ସ୍ୱତନ୍ତ୍ର  ଭାବେ ଆଇସୋଲେସନରେ ରଖା ଯାଇଛି । NIT କ୍ୟାମ୍ପସରେ ଯେଭଳି ସଂକ୍ରମଣ ଆହୁରି ନ ବ୍ୟାପିବ ସେ ନେଇ  ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।ସୁନ୍ଦରଗଡ଼ ଜିଲ୍ଲାରେ ଗତ ୩ ଦିନ ହେଲା କୋରନା ପଜିଟିଭଙ୍କ ସଂଖ୍ୟା ୨୦ ଉପରେ ରହିଥିବାବେଳେ ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୭ କୋରନା ପଜିଟିଭ ବାହାରିଛନ୍ତି I ରାଉରକେଲା ରେଳ ଷ୍ଟେସନରେ ମଧ୍ୟ ରେଳ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି l ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଯାଞ୍ଚ କରୁଥିବାବେଳେ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *