ବିଧାନସଭାରେ କୃଷି ଆଇନ ତାତି,
ଭୁବନେଶ୍ବର: ବିଧାନସଭାରେ କୃଷି ଆଇନ ତାତି । କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର । କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ କୃଷକଙ୍କ ପାଇଁ କ୍ଷତିକାରକ । କୃଷକ ବିରୋଧି ଏହି ଆଇନ, ତେଣୁ କେନ୍ଦ୍ର ସରକାର ଯେଉଁ ତିନୋଟି କଳା କୃଷି ଆଇନ ଆଣିଛନ୍ତି ତାକୁ ରାଜ୍ୟରେ କାର୍ଯ୍ୟକାରୀ କରାନଯାଉ ବୋଲି ଗୃହରେ ଉଠାଇଛନ୍ତି ନରସିଂହ ମିଶ୍ର ।
ସେପଟେ ଏନେଇ କଂଗ୍ରେସ ଦଳ ଏହା ଉପରେ ଏକ ସଂକଳ୍ପ ଦେଇଛି । ଏହି ସଂକଳ୍ପ ପତ୍ରକୁ ଗୃହରେ ଆଲୋଚନା କରାଯିବା ପାଇଁ ପାସ କରାଯାଉ ବୋଲି ମଧ୍ୟ କହିଛନ୍ତି କଂଗ୍ରେସ ଦଳ ନେତା। ବହୂ ରାଜ୍ୟ ଏହି ଆଇନ କୁ କାର୍ଯ୍ୟକାରୀ କରିନାହାନ୍ତି । କାଲି ଏହି ଆଇନ କୁ ବିରୋଧ କରି କୃଷକ ସଂଘଠନ ଭାରତ ବନ୍ଦ ଡାକରା ଦେଇଛନ୍ତି ବୋଲି ଗୃହରେ କହିଛନ୍ତି ନରସିଂହ ମିଶ୍ର ।