ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା: ସହରାଞ୍ଚଳ ଉପରେ ରହିବ ତୀକ୍ଷ୍ଣ ନଜର

ଭୁବନେଶ୍ଵର:-ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି। ସଚେତନା ଏବଂ ଗାଇଡଲାଇନ୍‌ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସର୍ଭେଲାନ୍ସ ଓ ଟେଷ୍ଟିଂ ବଢାଇବା ଉପରେ ଗୁରୁତ୍ଵାରୋପ କରାଯାଇଛି। ନିୟମିତ ପରିସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ସହରାଞ୍ଚଳର ସମ୍ଵେଦନଶୀଳ ଉପରେ କଡା ନଜର ରଖିବାକୁ କୁହାଯାଇଛି।

ବୈଠକରେ ଆଲୋଚନା ସମୟରେ ସ୍ଵାସ୍ଥ୍ୟ ବିଭାଗ ଅନେକ ପ୍ରସ୍ତାବ ଦେଇଛି। ଆରଟିପିସିଆର ଟେଷ୍ଟ ଅଧିକ ବଢାଇବାକୁ ପରାମର୍ଶ ଦିଆଯାଇଛି। ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍‌କୁ ଗୁରୁତ୍ଵ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଆବଶ୍ୟକ ପଡିଲେ ମିନି କଣ୍ଟେନମେଣ୍ଟ ଜୋନ୍ ପାଇଁ ପ୍ରସ୍ତାବ ଦେବାକୁ କୁହାଯାଇଛି। ପୋଲିସ ଯାଞ୍ଚ ଅଧିକ କଡାକଡି କରିବାକୁ କୁହାଯାଇଛି। ସହରାଞ୍ଚଳ  ସମ୍ବେଦନଶୀଳ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି।

ହୋଲି ପାଇଁ ଏସଆରସିଙ୍କ ଗାଇଡ୍‌ଲାଇନ୍‌ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଫିସିଆଲ ମିଟିଂ ଭର୍ଚୁଆଲ ମାଧ୍ୟମରେ କରିବାକୁ ପରାମର୍ଶ ଦିଆଯାଇଛି। ଏହି ବୈଠକରେ ସମସ୍ତ ଜିଲ୍ଲାପାଳ, ଏସପି ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଅଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ କିଛି ଦିନ ହେବ ଦୈନିକ ୧୦୦ରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବିଶେଷ କରି ଦ୍ଵୈତନଗରୀ କଟକ ଓ ଭୁବନେଶ୍ଵର ଚିନ୍ତାର କାରଣ ପାଲଟିଛି। ଗତକାଲି କଟକରୁ ୨୩ କରୋନା ସଂକ୍ରମିତ ଏବଂ ଭୁବନେଶ୍ଵରର ଏକ୍ସଆଇଏମବି କଲେଜ୍‌ରୁ ୪୫ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୁଖ୍ୟ ଶାସନ ସଚିବ ଜରୁରୀକାଳୀନ  ବୈଠକ ଡକାଇଥିଲେ।

Leave a Reply

Your email address will not be published. Required fields are marked *